କଂଗ୍ରେସ ଅଧ୍ୟକ୍ଷଙ୍କ ଉପରେ ୧୦୦ କୋଟିର ମାନହାନି ମାମଲା, ବଜରଙ୍ଗ ଦଳ ଉପରେ ବିବାଦୀୟ ବୟାନକୁ ନେଇ ସମନ ଜାରି କଲେ କୋର୍ଟ

ଭୁବନେଶ୍ୱର,୧୫/୫(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ପଞ୍ଜାବ କୋର୍ଟଙ୍କ ସମନ। ମାନହାନି ମାମଲାରେ ପଞ୍ଜାବ ସିଙ୍ଗାରୁର କୋର୍ଟ ୧୦୦ କୋଟି ଟଙ୍କାର ମାନହାନୀ ମାମଲାରେ ଏକ ସମନ ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ହିନ୍ଦୁ ସୁରକ୍ଷା ପରିଷଦର ସଂସ୍ଥାପକ ଏବଂ ସଙ୍ଗରୁର ନିବାସୀ ହିତେଶ ଭରଦ୍ବାଜଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନ ଉପରେ ଏହି ସମନ ଜାରି କରାଯାଇଛି। କର୍ଣ୍ଣାଟକ ନିର୍ବାଚନ ସମୟରେ ବଜରଙ୍ଗ ଦଳ ଉପରେ କଂଗ୍ରେସ ଅଧ୍ୟକ୍ଷ ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ୧୦୦ କୋଟି ଟଙ୍କାର ମାନହାନୀ ମାମଲା ରୁଜୁ କରିଥିଲେ । ଯାହାକୁ ନେଇ ସିଙ୍ଗରୁର କୋର୍ଟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଜୁଲାଇ ୧୦ ତାରିଖରେ ତଲବ କରିଛନ୍ତି ।

ହିତେଶଙ୍କ କହିବା ଅନୁଯାୟୀ, କଂଗ୍ରେସ ବଜରଙ୍ଗ ଦଳକୁ ଦେଶ ବିରୋଧୀ ସଂଗଠନ ସହିତ ତୁଳନା କରିଛି । ଏହା ସହିତ କର୍ଣ୍ଣାଟକରେ ପାର୍ଟି ସରକାର ଗଢ଼ିଲେ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲଗାଇବ ବୋଲି କହିଥିଲା । କଂଗ୍ରେସର ନିର୍ବାଚନ ଇସ୍ତହାର ବହିର ପୃଷ୍ଠା ସଂଖ୍ୟା ୧୦ରେ ଏସବୁ ଉଲ୍ଲେଖ ଥିବା ହିତେଶ କହିଛନ୍ତି । ଯାହାକୁ ନେଇଁ ସେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କଂଗ୍ରେସ ନିର୍ବାଚନ ଇସ୍ତହାର ଘୋଷଣା କହିଥିଲା, ପାର୍ଟି ଶାସନ କ୍ଷମତାକୁ ଆସିଲେ ବଜରଙ୍ଗ ଦଳ, ପିଏଫଆଇ ଭଳି ସଂଗଠନ ଉପରେ ପ୍ରତିବନ୍ଧକ ଲାଗିବ ।

Related Posts