ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ଆଉ ୩ଟି ଜିଲ୍ଲାରେ ଗଡିବ ‘ମୋ ବସ’। ଏଣିକି ମୋ ବସ ସେବା ଓଡ଼ିଶାର ସମ୍ବଲପୁର, ଝାରସୁଗୁଡା, ଗଂଜାମରେ ଉପଲବ୍ଧ ହେବ। ପୂର୍ବରୁ ଏହି ଜିଲ୍ଲା ମାନଙ୍କରେ ସିଟି ବସ ସେବା ଉପଲବ୍ଧ ଥିଲା। ବର୍ତ୍ତମାନ ତାହା ପରିବର୍ତ୍ତେ ‘ମୋ ବସ’ ସେବା ଆରମ୍ଭ ହେବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି
ବିଜ୍ଞପ୍ତି ଅନୁସାରେ, ବର୍ତମାନ ସମ୍ବଲପୁର, ଝାରସୁଗୁଡା, ଗଂଜାମରେ ଯାତ୍ରାକୁ ସହଜ କରିବା ପାଇଁ ‘ମୋ ବସ’ ଗଡିବ। ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର-ବେଲପାହାଡ଼ରେ ମୋ ବସ୍ ଚାଲିବ। ସେହିପରି ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡିରେ ବି ଚାଲିବ। କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରନ୍ସପୋର୍ଟ (CRUT) ଦ୍ୱାରା ‘ମୋ ବସ୍’ ଚାଲିବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜଧାନୀ ଭୁବନେଶ୍ୱର, କଟକ ଓ ଶ୍ରୀକ୍ଷେତ୍ର ପୁରୀରେ ‘ମୋ ବସ’ ସେବା ଯାତାୟାତ ପାଇଁ ଉପଲବ୍ଧ ଥିଲା। ପରେ ଗତ ହକି ବିଶ୍ଵକପ ସମୟରେ ରାଉରକେଲାରେ ମଧ୍ୟ ମୋ ବସ ସେବା ଆରମ୍ଭ ହୋଇଥିଲା।





