ASO ନିଯୁକ୍ତି ଅନିୟମିତତା ମାମଲା; OPSC ର ମେରିଟ୍‌ ଲିଷ୍ଟ୍‌ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ଆଜି ହାଇକୋର୍ଟରେ ASO ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି ହୋଇଛି। ମାମଲାର ଶୁଣାଣି କରି ASO ମେରିଟ୍‌ ଲିଷ୍ଟ୍‌ ଖାରଜ କରିଛନ୍ତି ହାଇକୋର୍ଟ। OPSC ଦ୍ୱାରା ପରିଚାଳିତ ASO ପରୀକ୍ଷାର ମେରିଟ୍‌ ଲିଷ୍ଟ୍‌ ହାଇକୋର୍ଟ ଖାରଜ କରିଛନ୍ତି।

ଏହାସହିତ ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ୍‌ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାର ମୋଟ୍ ମାର୍କ ଆଧାରରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଚିବାଳୟର ୭୯୬ଟି ASO ପଦବୀ ପାଇଁ ଗତ ଅଗଷ୍ଟ ମାସରେ ପରୀକ୍ଷା ହୋଇଥିଲା।

Related Posts