ଭିତ୍ତିଭୂମି ଅଭାବରୁ ଉପୁଜୁଛି ବିଦ୍ୟୁତ୍ ସମସ୍ୟା: ଶକ୍ତିମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ୱର,୧୦/୬(ସତ୍ୟପାଠ ବ୍ୟୁରୋ): ଓଡିଶା ବିଦ୍ୟୁତ ନିଅଣ୍ଟ ରାଜ୍ୟ ହୋଇଥିବା ବେଳେ ଭିତ୍ତିଭୂମି ଅଭାବରୁ ରାଜ୍ୟରେ ବିଦ୍ୟୁତ୍ ସମସ୍ୟା ଉପୁଜୁଛି । ଏକଥାକୁ ଆଜି ସ୍ୱୀକାର କରିଛନ୍ତି ଖୋଦ ଶକ୍ତିମନ୍ତ୍ରୀ ପ୍ରତାପ ଦେବ।

ରାଜ୍ୟରେ ପାୱାର ସର୍ଟେଜ୍ ନଥିବା ବେଳେ ଭିତ୍ତିଭୂମି ଅଭାବରୁ ଉପଭୋକ୍ତାମାନେ ଅନେକ କ୍ଷେତ୍ରରେ ପାୱାର ସପ୍ଲାଇରୁ ବଞ୍ଚିତ ହେଉଛନ୍ତି। ଉପଭୋକ୍ତାମାନେ ଯେଉଁ ହାରରେ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି, ଭିତ୍ତିଭୂମି ସୁଦୃଢ଼ ନଥିବାରୁ ଅନେକ କ୍ଷେତ୍ରରେ ଟ୍ରାନ୍ସଫର୍ମର ପୋଡ଼ିଯିବା ଭଳି ସମସ୍ୟା ଉପୁଜୁଛି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ରାଜ୍ୟରେ ପାୱାର କଟ୍ ହେଉନାହିଁ। ପବନ ହେଲେ ବିଦ୍ୟୁତ କାଟ କରାଯାଉଛି ବୋଲି ପୁଣି ଥରେ ଦୋହରାଇଛନ୍ତି ମନ୍ତ୍ରୀ ।

ତେବେ ଗତ ଗୁରୁବାର ରାଜ୍ଯଧାନୀ ଭୁବନେଶ୍ୱରରେ ସାମାନ୍ୟ କଲା ବୈଶାଖୀ ବର୍ଷାରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ହୋଇଥିଲା| ସାମାନ୍ୟ କାଳବୈଶାଖୀରେ ଯଦି ରାଜଧାନୀରେ ବିଦ୍ୟୁତ୍ ସେବାର ସ୍ଥିତି ଏମିତି ତାହାଲେ ଯଦି ବାତ୍ୟା ଆସେ ସ୍ଥିତି କଣ ହେବ ? ଗୁରୁବାର ଅପରାହ୍ନରୁ ରାତି ତମାମ କିଟିମିଟି ଅନ୍ଧାର ସାଙ୍ଗକୁ ଅସହ୍ୟ ଗରମରେ ଭୁବନେଶ୍ୱରବାସୀ ଛଟପଟ ହେବା ପରେ ଖୋଦ୍ ମୁଖ୍ୟ ଶାସନ ସଚିବ ଟାଟା ପାୱାରକୁ ଏଭଳି ଟ୍ୱିଟ୍ କରି ତାଗିଦ୍ କରିଛନ୍ତି । ସେପଟେ ରାଜଧାନୀ ବାସୀ ବି ପ୍ରବଳ ଅସନ୍ତୋଷ ଝାଡ଼ିଥିବାବେଳେ ରାଜନୈତିକ ବୟାନବାଜି ହୋଇଥିଲା । ହେଲେ ଟାଟା ପାୱାର ସିଇଓ ଏଥିପାଇଁ ସବୁ ଦୋଷ କାଳବୈଶାଖୀ ଉପରେ ଲଦି ଦେଇଥିଲେ ।

Related Posts