ଭୁବନେଶ୍ୱର,୧୧/୬ (ସତ୍ୟପାଠ ବ୍ୟୁରୋ): ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (WTC) ଫାଇନାଲ ରେ ଅଷ୍ଟ୍ରେଲିଆ ଠାରୁ ୨୦୯ ରନ ରେ ହାରିଲା ଭାରତ | ଲଗାତର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ହାରିଲା ଭାରତ । ୪୪୪ ରନର ପିଛା କରି ଭାରତ ଦ୍ୱିତୀୟ ଇନିଂସରେ ମାତ୍ର ୨୩୪ ରନରେ ଅଲଆଉଟ ହୋଇଯାଇଛି । ଅଷ୍ଟ୍ରେଲିଆ ପକ୍ଷରୁ ନାଥାନ ଲିୟନ ସର୍ବାଧିକ ୪ଟି ୱିକେଟ ନେଇ ଭାରତର ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତ କରିଥିଲେ । ମାତ୍ର ୬୩.୩ ଓଭରରେ ଭାରତୀୟ ଦଳ ଅଲଆଉଟ ହୋଇଯାଇଛି।
ତେବେ ଲଗାତାର ଦ୍ଵିତୀୟ ବର୍ଷ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପହଁଚିଥିବା ଭାରତର ଲଗାତାର ପରାଜୟ ଭାରତୀୟ ପ୍ରଶଂସକ ଙ୍କୁ ବ୍ୟଥିତ କରିଛି | ଉଲ୍ଲେଖ ଥାଉ କି ଗତ 2021ରେ ମଧ୍ୟ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପହଞ୍ଚିଥିଲା ଓ ନ୍ୟୁଜଲାଣ୍ଡ ଠାରୁ ପରାସ୍ତ ହୋଇଥିଲା |





