ଆସନ୍ତାକାଲି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା

ଅନୁଗୋଳ : ଆସନ୍ତାକାଲି ବନ୍ଦ୍ ରହିବ ତାଳଚେର । ୧୨ ଘଣ୍ଟିଆ ତାଳଚେର ବନ୍ଦ ସହ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର ଡାକରା ଦେଇଛି ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି । ସରକାର ମେଡିକାଲ କଲେଜ ଚଳାଇବାର ତାରିଖ ଘୋଷଣା ଦାବିରେ ବନ୍ଦ ଡାକରା ଦିଆଯାଇଛି । କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓହ୍ଲାଇବ ।

ତାଳଚେରରେ ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଏବଂ ସରକାର ମେଡିକାଲ ଚଳାଇବାର ତାରିଖ ଘୋଷଣା ଦାବିରେ ୪ ତାରିଖରେ ୧୨ ଘଣ୍ଟିଆ ତାଳଚେର ବନ୍ଦର ଡାକରା ଦେଇଛି ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି । ଫଳରେ ସକାଳ ୬ ରୁ ସନ୍ଧ୍ୟା ୬ ଦୋକାନ ବଜାର ବନ୍ଦ ରାହିବା ସହ ଗାଡି ଚଳାଚଳ ବନ୍ଦ ରହିବ। ତତ୍ ସହିତ କାଲିଠାରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରିବ ବୋଲି ଡାକରା ଦେଇଛି କମିଟି । ଫଳରେ ତାଳଚେରରୁ ରେଳ ଏବଂ ଟ୍ରକ ଯୋଗେ ବାହାରକୁ କୋଇଲା ପରିବହନ ବନ୍ଦ ରହିବ । MCL ବିଭିନ୍ନ କୋଇଲାଖଣି ଗୁଡିକରେ କାର୍ଯ୍ୟବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି । ଏହି ବନ୍ଦକୁ ସଫଳ କରିବାପାଇଁ ସମସ୍ତ ଅନୁଷ୍ଠାନର ସହଯୋଗ ଲୋଡିଛନ୍ତି ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି।

Related Posts