ତାଳଚେର ଗସ୍ତରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଭଗୱନ୍ତ ଖୁବା, ସାର କାରଖାନାର ପୁନଃରୁଦ୍ଧାର କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ ସରକାରଙ୍କ କେନ୍ଦ୍ର ସାର ଏବଂ ରସାୟନ ମନ୍ତ୍ରୀ ଭଗୱନ୍ତ ଖୁବା ତାଳଚେର ଗସ୍ତରେ ଆସିଛନ୍ତି। ଏହି ଅବସରରେ ତାଳଚେର ସାର କାରଖାନାର ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମନ୍ତ୍ରୀ । ମନ୍ତ୍ରୀଙ୍କ ଗସ୍ତ ଅବସରରେ ମନ୍ତ୍ରୀଙ୍କୁ ସାର କାରଖାନା ପରିସରରେ ଗାର୍ଡ ଅଫ ଅନର ଦିଆଯାଇଛି । ମନ୍ତ୍ରୀ ପରିସରରେ ବୃକ୍ଷରୋପଣ କଲା ପରେ ପ୍ଲାଣ୍ଟ କାର୍ଯ୍ୟ କେତେ ଅଗ୍ରଗତି ହୋଇଛି ବୁଲି ଦେଖିଛନ୍ତି ।ପ୍ଲାଣ୍ଟର ବଡ଼ ବଡ଼ ଯନ୍ତ୍ରାଂଶ ଆସି ପହଁଚି ସାରିଥିବା ବେଳେ ଷ୍ଟ୍ରକଚର କାମ ଚାଲିଛି। କେତେ ଶୀଘ୍ର ଏହି କାମ ସରିବ ସେ ବିଷୟରେ ଆଜି ଏଫସିଆଇ ର ଉଚ୍ଚ ପଦସ୍ଥ ଅଫିସରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। କୋଇଲା ଏବଂ ଗ୍ୟାସ ଭିତ୍ତିକ ଏହି ପ୍ଲାଣ୍ଟରୁ ସାର ଉତ୍ପାଦନ ହେବ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ।

ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆଶା ରଖାଯାଇଥିବା ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ ଗସ୍ତ ଅବସରରେ ତାଙ୍କୁ ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧିନା ଦିଆଯାଇଛି। କିନ୍ତୁ ପ୍ଲାଣ୍ଟ ପରିସରକୁ ବିଜେପି କର୍ମୀ ମାନଙ୍କୁ କାହାକୁ ଯିବାପାଇଁ ବାରଣ କରାଯାଇଛି।

Related Posts