ପିଜିଟିଭ ରିପୋର୍ଟ ଦେଖି ଭୟରେ ୩୦ ବର୍ଷ ମହିଳାଙ୍କର ମୃତ୍ୟୁ

posetive

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ କରୋନା ଅଣାୟତ୍ତ ହେଉଥିବା ବେଳେ ତେଲେଙ୍ଗାନାରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୩୦ ବର୍ଷୀୟ ମହିଳା ନିଜର ପଜେଟିଭ ଥିବା ଜାଣି ଭୟରେ ମୃତ୍ୟୁବରଣ କରିଛନ୍ତି । ତେବେ ତେଲେଙ୍ଗାନାର ମେଡାକ ଜିଲ୍ଲାରେ ରହୁଥିବା ଜଣେ ୩୦ ବର୍ଷୀୟ ମହିଳା ଗତ କିଛି ଦିନରୁ ଜ୍ୱରରେ ପୀଡିତ ଥିଲେ । ଏହା ପରେ ଟୁପ୍ରାନର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟେଷ୍ଟ କରାଇଥିଲେ । କରୋନା ଟେଷ୍ଟ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ରିପୋର୍ଟ ପଜେଟିଭ ଆସିଥିବା କଥା ଜାଣି ସେ ଅଚେତ ହୋଇପଡିଥିଲେ । ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ମହିଳା ଜଣଙ୍କ ଗତ ତିନି ବର୍ଷ ଧରି ମଧୁମେହ ରୋଗରେ ପୀଡିତ ଥିଲେ ବୋଲି ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।

Related Posts