କେ।ଭିଡ ମୁକାବିଲାରେ ସିଙ୍ଗାପୁର ୧ ନମ୍ବର

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ବିଶ୍ୱରେ କରୋନା ମହାମାରୀ ତାର କାୟା ମେଲାଉଥିବା ବେଳେ ଏହି ସମୟରେ ସିଙ୍ଗାପୁର ପୃଥିବୀର ସବୁଠାରୁ ସୁରକ୍ଷିତ ସ୍ଥାନ ଅଟେ । ବ୍ଲୁମବର୍ଗର କେଭିଡ ରେସିଲେନ୍ସ ଅନୁଯାୟୀ ଗତ ବର୍ଷ ନଭେମ୍ବରରେ କରୋନା ସଂକ୍ରମଣ ସମୟରେ ଦେଶ କେତେ ସୁରକ୍ଷିତ ରହିବ ସେହି ଆଧରରେ ଦେଶକୁ ମାନ୍ୟତା ଦେବା ପାଇଁ ଏହା ଆରମ୍ବ କରାଯାଇଥିଲା ନୂ୍ୟଜିଲ୍ୟାଣ୍ଡକୁ ପଛରେ ପକାଇ ସିଙ୍ଗାପୁର ପ୍ରଥମ ସ୍ଥାନରେ ଅଛି । ସିଙ୍ଗାପୁରରେ ବର୍ତ୍ତମାନ ଭାବରେ କରାନା ସଂକ୍ରମିତଙ୍କ ମାମଲା ଜିରୋ ପାଖା ପାଖି ରହିଛି । ଏବଂ ଏହା ଜନସଂଖ୍ୟାର ଏକ ପଞ୍ଚମାଂଶକୁ ସମାନ କରିବା ପାଇଁ ଟିକା ପ୍ରଦାନ କରିସାରିଛନ୍ତି । ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସୀମା ଅବରୋଧ ,କଠୋର କ୍ୱାରେଣ୍ଟାଇନ କାର୍ଯ୍ୟକର୍ମ ଯୋଗୁଁ ଦେଶରେ କରୋନା ମାମଲା ଶୂନରେ ପହଁଚିଛି । ଯାହାଦ୍ୱାରା ନାଗରିକମାନଙ୍କୁ ସେମାନଙ୍କ ଦୈନଦିନ ଜୀବନ ଜାପନ କରୀବାକୁ ଅନୁମତି ମିଳିଛି । ଏହି କାରଣ ଯୋଗୁଁ ନୂ୍ୟଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଓ ତାଇଓାନ ପରି ଉଚ୍ଚ ପ୍ରଦଶନକାରୀ ଦେଶଗୁଡିକ ମଧ୍ୟ ପଛରେ ଅଛନ୍ତି । ଦାବି ହେଉଛି ଏହି ତିନୋଟି –ସିଙ୍ଗାପୁର , ନୂ୍ୟଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ସେମାନଙ୍କ ଜନସାଧାରଣଙ୍କ ପାଇଁ ମହାମାରୀ ସମୟରେ ସୁପରିଚାଳନା କରିବାରେ ସକ୍ଷମ ଥିଲେ । କରୋନା ପାଇଁ ପୁରା ଭାବରେ ଆନ୍ତର୍ଜାତୀୟ ଯାତ୍ରାକୁ ବନ୍ଦ ରଖାଯାଇଥିଲା ଯେମିତିକି ଭାଇରସ ଦେଶରେ ପୁନର୍ବାର ନହୁଏ । ୫୩ଟି ଦେଶ ମଧ୍ୟରୁ ଭାରତ ୩୦ତମ ସ୍ଥାନରେ ରହିଛି । ଆର୍ଜେଣ୍ଟିନା, ପୋଲାଣ୍ଡ ଓ ବ୍ରାଜିଲ ସବୁଠାରୁ ଖରାପ ପ୍ରଦଶନକାରୀ ଦେଶ ।

Related Posts