ସାଙ୍ଘାଇ: ନିରବଚ୍ଛିନ୍ନ ଧୂମପାନ କରି ୫୦ ବର୍ଷୀୟ ଚୀନ୍‌ର ଜଣେ ବ୍ୟକ୍ତି ସାଢ଼େ ୩ ଘଣ୍ଟା ମଧ୍ୟରେ ୪୨ କିଲୋମିଟର୍‌ ଦୌଡ଼ିଛନ୍ତି । ତେବେ ଏହି ଘଟଣା ଏବେ ସମଗ୍ର ବିଶ୍ବର ସମ୍ବାଦପତ୍ରମାନଙ୍କରେ ପ୍ରମୁଖ ଖବର ଭାବେ ପ୍ରକାଶ ପାଇଛି।

‘ସେନ୍‌ ଦାଦି’ ନାମରେ ସୁପରିଚିତ ଗୁଆଙ୍ଗ୍‌ଝୌ ବାସିନ୍ଦା ଉକ୍ତ ବ୍ୟକ୍ତିଜଣକ ଧୂମପାନ କରି ଦୌଡୁଥିବାର ଫଟୋ ଓ ଭିଡିଓଗୁଡ଼ିକୁ ମାରାଥନ୍‌ର ଆୟୋଜକମାନେ ଅନ୍‌ଲାଇନ୍‌ରେ ପୋଷ୍ଟ କରିଥିଲେ। ଫଳରେ ‘ସେନ୍‌ ଦାଦି’ ବା ‘ଅଙ୍କଲ୍‌ ସେନ୍‌’ ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍‌ କରାଯାଇଥିବା ଭିଡିଓରେ ଦେଖାଯାଉଛି, କମଳା ରଙ୍ଗର ଟି-ସାର୍ଟ ଓ ହାଫ୍‌-ପ୍ୟାଣ୍ଟ୍‌ ପରିହିତ ‘ସେନ୍‌ ଦାଦି’ ତାଙ୍କ ଓଠର ଗୋଟିଏ ପାଖରେ ସିଗାରେଟ୍‌ଟିଏ ଓହଳାଇ ଧାଉଁଛନ୍ତି।

ଧାଇଁବା ସମୟରେ ସେ ଥିଲେ ଖୁବ୍‌ ଶାନ୍ତ ଥିଲେ ଏବଂ ନିଶ୍ବାସ ପ୍ରଶ୍ବାସରେ ତାଙ୍କର ଅସୁବିଧା ହେଉଥିବା ପରି ଜଣାପଡୁ ନ ଥିଲା। ୩ ଘଣ୍ଟା ୨୮ ମିନିଟ୍‌ରେ ଦୌଡ଼ ଶେଷ କରି ସେନ୍‌ ୧୫୦୦ ଦୌଡ଼ାଳିଙ୍କ ମଧ୍ୟରୁ ୫୭୪ତମ ସ୍ଥାନରେ ରହିଛନ୍ତି।

‘କାନାଡିଆନ୍‌ ରନିଙ୍ଗ୍‌ ମାଗାଜିନ୍‌’ ରିପୋର୍ଟ ଅନୁସାରେ, ମାରାଥନ୍‌ରେ (ନିରବଚ୍ଛିନ୍ନ ଦୌଡ଼) ଅଂଶ ଗ୍ରହଣ କରିବା ବେଳେ ସେନ୍‌ ଧୂମପାନ କରୁଥିବାରୁ ଚୀନ୍‌ର ଧାବକମାନଙ୍କ ମଧ୍ୟରେ ସେ ‘ଧୂମପାନିଆ ଭାଇ’ ନାମରେ ସୁପରିଚିତ।

ସୂଚନାଯୋଗ୍ୟ, ୨୦୧୮ରେ ସେ ‘ଗୁଆନ୍‌ଝୌ ମାରାଥନ୍‌’ରେ ପ୍ରଥମ ଥର ପାଇଁ ଦୌଡ଼ରେ ଅଂଶ ଗ୍ରହଣ ୩ ଘଣ୍ଟା ୩୬ ମିନିଟ୍‌ରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ। ଏହାପରେ ୨୦୧୯ରେ ‘ସିଆମେନ୍‌ ମାରାଥନ୍‌’ରେ ଅଂଶ ଗ୍ରହଣ କରି ୩ ଘଣ୍ଟା ୩୨ ମିନିଟ୍‌ରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିଲେ। ବର୍ଷକୁ ବର୍ଷ ତାଙ୍କ ଦୌଡ଼ରେ ଉନ୍ନତି ଘଟୁଛି