
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମ୍ବଲପୁର ଜିଲ୍ଲା ଅଵକରୀ ବିଭାଗକୁ ମିଳିଛି ବଡ ସଫଳତା । ଅବକାରୀ ବିଭାଗ ସମ୍ବଲପୁର ଆଜି ଏକ କାରରେ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଵା ସହ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ।
ସୂଚନା ଅନୁସାରେ ଆଜି ସକାଳୁ ୯ ଟା ସମୟରେ ଅବକାରୀ ବିଭାଗର ଟିମ ସମ୍ବଲପୁର ଝାରସୁଗୁଡା ବିଜୁ ଏସ୍କପ୍ରେସ ୱେର ଶାସନ ଥାନା କିଳାସମା ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇଁ ଗାଡିକୁ ପିଛା କରି କାବୁ କରିଥିଲେ ।ଏହି ଗାଡିଟି ୟୁପି ରାଜ୍ୟର ନମ୍ବରରେ ରେଜିଷ୍ଟ୍ରେସନ ହୋଇଥିବା ବେଳେ ଗାଡିର ସିଟ ତଳେ ଗଞ୍ଜେଇ ରଖାଯାଇ ଚତୁରତା ସହ ଚୋରାଚାଲାଣ କରାଯାଉଥିଲା । ତେବେ ଅବକାରୀ ଟିମ ଗାଡି ମଧ୍ୟରୁ ପାଖାପାଖି ୧ କୁଇଣ୍ଟାଲ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୧୮୫୦୦ ଟଙ୍କା ଓ ୨ ମୋବାଇଲକୁ ଜବତ କରିଛି । ଏଥିସହ ଗଞ୍ଜେଇ ଚୋରାଚାଲାଣ ଘଟଣାର ଅବକାରୀ ବିଭାଗ ବିହାର ରାଜ୍ୟର ୨ ଜଣ ଓ ଉତ୍ତର ପ୍ରଦେଶ ରାଜ୍ୟର ୨ ଜଣ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋଟ ଚାଲାଣ କରିଥିବା ସୂଚନା ମିଳିଛି । ଏହି ଗଞ୍ଜେଇକୁ କୋରାପୁଟ ରୁ ଉତ୍ତର ପ୍ରଦେଶ ରାଜ୍ୟକୁ ଚାଲାଣ ହେଉଥିବା ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି ।