‘ନୂଆଖାଇ’ ପାଇଁ ନିର୍ଦ୍ଧାରିତ ହେଲା ଲଗ୍ନ, ସେପ୍ଟେମ୍ବର ୧ରେ ପାଳନ ହେବ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଖାଇ’ ପାଇଁ ଆଜି ଲଗ୍ନ ନିର୍ଦ୍ଧାରିତ ହୋଇଯାଇଛି। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ପଣ୍ଡିତ, ବିଦ୍ୱାନ ଏବଂ ଜ୍ୟୋର୍ତିବିଦ ମାନେ ଲଗ୍ନ ସ୍ଥିର କରିଛନ୍ତି। ମା’ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ରକୁ ନେଇ ଏହି ଶୁଭଲଗ୍ନ ବାହାର କରାଯାଇଛି। ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ତିଥିରେ ଚଳିତ ବର୍ଷ ନୂଆଖାଇ ପର୍ବ ପାଳନ ହେବା ନେଇ ଆଜି ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଲଗ୍ନ ନିର୍ଦ୍ଧିାରିତ ହୋଇଛି। ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ହୋଇଥିବା ଲଗ୍ନ ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସ ୧ ତାରିଖ ଦିନ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବ।

ଝାଡ଼ୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ହୋଇଥିବା ନୂଆଖାଇ ଲଗ୍ନ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ପ୍ରଥମେ ନବାନ୍ନ ଲାଗି ହେବ। ଏହା ପରେ ପଶ୍ଚିମ ଓଡ଼ିଶାର ଅନ୍ୟ ଦେବାଳୟ ଗୁଡ଼ିକରେ ଥିବା ଦେବାଦେବୀଙ୍କ ଠାରେ ନବାନ୍ନ ଲାଗିବ।

Related Posts