ଜୁଆ ଖେଳୁଥିବା ବେଳେ ଧରାପଡିଥିଲେ ବିଜେପି ବିଧାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜୁଆ ଖେଳୁଥିବା ବେଳେ ଧରାପଡିଥିଲେ ବିଜେପି ବିଧାୟକ । ତେବେ ଗୁଜରାଟ ଖେଡ଼ା ଜିଲ୍ଲା ହାଲୋଲ କୋର୍ଟ ମାତର ବିଜେପି ବିଧାୟକ କେଶରୀ ସିଂହ ସୋଲାଙ୍କିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ହାଲୋଲ ସେସନ କୋର୍ଟ ବିଧାୟକଙ୍କୁ ଦଣ୍ଡ ସହିତ ୪ ହଜାର ଟଙ୍କା ଜରିମନା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମାତର ବିଧାୟକ କେଶରୀ ସିଂହ ହାଲୋଲର ଏକ ଫାର୍ମ ହାଉସରେ ଜୁଆ ଖେଳୁଥିବା ବେଳେ ପୋଲିସ ଚଢଉରେ ଧରାପଡିଥିଲେ। ମାମଲାରେ ପୋଲିସ କେସରୀ ସିଂହଙ୍କ ସମେତ ଅନ୍ୟ ୨୩ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲା।

ପ୍ରାୟ ୧ ବର୍ଷ ପୂର୍ବର ଏହି ମାମଲାରେ ହାଲୋଲ ସେସନ କୋର୍ଟ ବୁଧବାର ରାୟ ଘୋଷଣା କରିଛନ୍ତି। କୋର୍ଟରେ ହାଜର ୨୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ପ୍ରତ୍ୟେକଙ୍କୁ ୨ ବର୍ଷ ଲେଖାଏଁ ଜେଲଦଣ୍ଡାଦେଶ ସହ ୪ ହଜାର ଟଙ୍କା ଲେଖାଏଁ ଜରିମନା ନିର୍ଦ୍ଦେଶ ଦିଆଯାଇଛି। ତେବେ ବିଧାୟକ କେସରୀ ସିଂହଙ୍କ ଓକିଲ ଜରିମନା ବାବଦକୁ ୪ ହଜାର ଟଙ୍କା କୋର୍ଟରେ ପୈଠ କରିଦେଇଥିବା ବେଳେ ଜାମିନ ନିବେଦନ ମଧ୍ୟ ଦାଖଲ କରିଛନ୍ତି। କୋର୍ଟ ଏବେ ଜାମିନ ଆବେଦନ ଉପରେ ବିଚାର କରିବେ। ଗୁଜରାଟ ବିଜେପି ବିଧାୟକ କେଶରୀ ସିଂହଙ୍କୁ ଜୁଆ ଖେଳିବା ଅଭିଯୋଗରେ ପୋଲିସ ୨ ଜୁଲାଇ ୨୦୨୧ରେ ଅନ୍ୟ ୨୨ ଜଣଙ୍କ ସହ ଗିରଫ କରିଥିଲା।

Related Posts