ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାମ ନବମୀ ହିଂସା ପରେ ମଧ୍ୟପ୍ରଦେଶର ଖାର୍ଗୋନରେ ଇଦ୍ ପାଇଁ ଲାଗିଲା କର୍ଫ୍ୟୁ । ସେପଟେ ଖାର୍ଗୋନ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ସୁମେର ସିଂ ମୁଜାଲଦା କହିଛନ୍ତି ଯେ, ଏଥର ଇଦ୍ ଅବସରରେ ଘରେ ରହି ନମା‌ଜ ପାଠ କରାଯିବ। ଏହା ସହ ଅକ୍ଷୟ ତୃତିୟା ଏବଂ ପର୍ଶୁରାମ ଜୟନ୍ତୀରେ ଜିଲ୍ଲାରେ କୌଣସି କାର‌୍ୟ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦିଆଯିବ ନାହିଁ। ଏପ୍ରିଲ ୧୦ରେ ରାମ ନବମୀ ଶୋଭାଯାତ୍ରାରେ ପଥର ଫିଙ୍ଗି ଆକ୍ରମଣ କରାଯିବା ଘଟଣା ପରେ ହଠାତ୍ ସହରରେ ହିଂସା ଦେଖାଦେଇଥିଲା।

ଏହି କାରଣରୁ ଏବେ କୌଣସି ପ୍ରକାରର କାର‌୍ୟ୍ୟକ୍ରମ ପାଇଁ ଅନୁମତି ଦିଆଯାଉନଥିବା ଜଣାପଡ଼ିଛିି। ତେବେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁଯାୟୀ ମେ’ ୨ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଦୋକାନଗୁଡିକ ଖୋଲା ରହିବ ଏବଂ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ଛାତ୍ରଛାତ୍ରୀଙ୍କୁ ପାସ୍ ଦିଆଯିବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।