ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ସମର୍ଥକ ହେଲେ ଶିବରାଜ; ପାରମ୍ପରିକ ଆଦିବାସୀ ପୋଷାକ ପିନ୍ଧି ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ସମର୍ଥକ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ସେପଟେ ଦ୍ରୌପଦୀ ମୁର୍ମୁୁ ୧୮ ଜୁଲାଇରେ ହୋବକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ଦଳ ପ୍ରାର୍ଥି ଯଶୱନ୍ତ ସିହ୍ନାଙ୍କ ବିରୋଧରେ ଲଢିବେ ।ତେବେ ଜଣେ ଆଦିବାସି ମହିଳାଙ୍କୁ ରାଷ୍ଟ୍ରପତି ପଦର ଦାବିଦାର କରାଯିବା ପରେ ଭାଜପା ନେତାଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଛି । ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ସହ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁବାର ଆଦିବାସୀ ପୋଷାକ ପିନ୍ଧି ନାଚି ନାଚି ନିଜର ଖୁସି ପ୍ରକାଶ କରିଥିବା ଦେଖାଯାଇଛି । ପ୍ରଥମ ସମର୍ଥକ ଭାବେ ଶିବରାଜ ମୁର୍ମୁୁଙ୍କୁ ଶୁଭେଚ୍ଛା ଜଣାଇଥିବା କୁହାଯାଉଛି । ଅନ୍ୟପଟେ ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥି ଘୋଷଣା କରାଯିବା ପରେ ଏକ ଆଭାର କାର୍ଯ୍ୟକ୍ରମର ଆୟୋଜନ ସମୟରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଖୁସିରେ ନାଚୁଥବା ଦେଖାଯାଇଥିଲା ।

ସେ ପାରମ୍ପରିକ ଆଦିବାସୀ ପୋଷାକ ପିନ୍ଧି ନାଚୁଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହ ଶିବରାଜ ଟୁଇଟ କରି ସୂଚନା ଦେଇଛନ୍ତି କି ସେ ଦ୍ରୌପଦି ମୁର୍ମୁଙ୍କ ପ୍ରାର୍ଥିପତ୍ରରେ ପ୍ରଥମ ସମର୍ଥକ ଭାବେ ହସ୍ତାକ୍ଷର କରିଛନ୍ତି । ଟୁଇଟରେ ସେ ଲେଖିଛନ୍ତି, ଏହା ମୋର ସୌଭାଗ୍ୟ ଯେ ଜନଜାତି ସମାଜର ପ୍ରଥମ ଓ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ପଦର ପ୍ରାର୍ଥି ଆଦରଣୀୟା ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିପତ୍ରରେ ପ୍ରଥମ ସମର୍ଥକଭାବେ ଦସ୍ତଖତ କରିବାର ଅବସର ମିଳିଛି ।

Related Posts