କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଲେ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଲେ ତାରା ପ୍ରସାଦ ବାହିନୀପତି । ସେପଟେ କଂଗ୍ରେସର ନୂଆ ମୁଖିଆ କିଏ ହେବ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଥିବାବେଳେ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ନିଜ ଇସ୍ତଫାର କାରଣ କହିବା ସହ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟ ସଭାପତି କରାନଗଲେ ଆଗକୁ କଣ କରାଯିବ ତାହା ପରେ ଚିନ୍ତା କରାଯିବ ବୋଲି ସେ କହିଛନ୍ତି ।

ସେହିପରି ଯେଉଁ ନେତାମାନେ ଦିଲ୍ଲୀରେ ଯାଇ ଲବି କରୁଛନ୍ତି ତାଙ୍କୁ ମଧ୍ୟ ତାରା ନିଜ ଅନ୍ଦାଜରେ କଟାକ୍ଷ କରିଛନ୍ତି। ସେହିପରି ଦେବଗଡ ବିଧାୟକଙ୍କ ଗିରଫଦାରୀଙ୍କୁ ନିନ୍ଦା କରିଛନ୍ତି ତାରା। କୋଟିଆରେ ନକଲି ଆଦିବାସୀ ଜାତି ସାର୍ଟିଫିକେଟ ଆନ୍ଧ୍ର ବାଣ୍ଟିବା ଓ ମହାନଦୀରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବା ସଂପର୍କରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ମତ ଉପରେ ବି ପ୍ରତିକ୍ରିୟା ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts