୪୮ ବର୍ଷୀୟ ମହିଳାଙ୍କ ଗର୍ଭାଶୟରୁ ୨.୫ କିଲୋ ଓଜନର ବାହାରିଲା ସିଷ୍ଟ୍‌

ମୁମ୍ଵାଇ : ଜଣେ ୪୮ବର୍ଷୀୟ ମହିଳାଙ୍କ ଗର୍ଭାଶୟରୁ ବାହାରିଲା ଫୁଟ୍‌ବଲ ଆକାରଯୁକ୍ତ ସିଷ୍ଟ୍‌। ମୁମ୍ବାଇର ଡାକ୍ତରମାନେ ମହିଳାଙ୍କ ଗର୍ଭାଶୟରୁ ଏହି ସିଷ୍ଟ ବାହାର କରିଛନ୍ତି। ଏହାର ଓଜନ ପ୍ରାୟ ୨.୫ କିଲୋ । ଗତ ୪ ମାସ ଧରି ମହିଳାଙ୍କର ବାନ୍ତି ହେଉଥିଲା ଏବଂ ପେଟ ଭାରି ଲାଗୁଥିଲା । ଡାକ୍ତରମାନେ ତାଙ୍କର ଅଲ୍‌ଟ୍ରାସୋନୋଗ୍ରାଫି କରିବା ପରେ ଏକାଧିକ ଗର୍ଭାଶୟ ଫାଇବ୍ରଏଡ୍ସ ସହିତ ୨୫ ଗୁଣନ ୨୫ ସେମି ସିଷ୍ଟିକ୍‌ ମାସ୍‌ ବିଷୟରେ ଜଣାପଡ଼ିଲା ।

ବାନ୍ତି ନିୟନ୍ତ୍ରଣ ଲାଗି ମହିଳା ହର୍ବାଲ ଚା’, ହେଙ୍ଗୁ ପାଣି, ବ୍ୟାୟାମ, ଏପରିକି ପ୍ରୋବାୟୋଟିକ୍ସ ଭଳି ଘରୋଇ ଉପଚାର କରିଥିଲେ।

କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ । ଏହି ସମସ୍ୟା ଧୀରେ ଧୀରେ ବଢିବାରେ ଲାଗିଲା। ଶରୀରରେ ସାଜିଲା। ସେ ଏହାକୁ ନେଇ କୁହନ୍ତି ‘ମଲ୍ଟିପଲ୍‌ ଫାଇବ୍ରଏଡ୍ସ ଓ ବିଶାଳ ସିଷ୍ଟ୍‌ ଚିହ୍ନଟ ହେବା ପରେ ମୁଁ ଚକିତ ହୋଇଗଲି । ଗତ ୪ ମାସରୁ ଏମାନେ ମୋ ଶରୀରରେ ବଢିବାରେ ଲାଗୁଥିଲା, କିନ୍ତୁ ମୋର ଏ ବିଷୟରେ କୌଣସି ଧାରଣା ନଥିଲା। ପେଟ ଯନ୍ତ୍ରଣା ଓ ବାନ୍ତି ଯୋଗୁ ମୋର ଘରୁ ବାହାରିବା ବନ୍ଦ ହୋଇଗଲା।

ଏହା ପରେ ସେ ମୀରା ରୋଡ୍‌ ସ୍ଥିତ ୱକ୍‌ହାର୍ଡଟ ହସ୍‌ପିଟାଲକୁ ଗଲେ । ସ୍ତ୍ରୀରୋଗ ଡାକ୍ତର ତଥା ଲାପାରୋସ୍କୋପିକ୍‌ ସର୍ଜନ୍‌ ରାଜଶ୍ରୀ ଭାସେଲଙ୍କ ସାକ୍ଷାତକଲେ। ସେ କହିଥିଲ, ରୋଗୀ ନିଜର ପେଟ ଫୁଲିବା ଓ ବାନ୍ତି ବିଷୟରେ କହିଲେ । କିନ୍ତୁ ତାଙ୍କର ଓଜନ ଆଦୌ କମିନଥିଲା। ଟେଷ୍ଟ କରିବା ପରେରେ ବିଶାଳ ସିଷ୍ଟ ଓ ମଲ୍ଟିପଲ୍‌ ଫାଇବ୍ରଏଡ୍ସ ଚିହ୍ନଟ ହେଲା । ପରେ ତାଙ୍କର ସର୍ଜରୀ କରାଗଲା। ଏଥିରେ ଉଭୟ ଫାଲୋପିଆନ୍‌ ଟ୍ୟୁବ୍‌ ଓ ଡିମ୍ବାଶାୟକୁ ବାହାର କରାଯାଏ। ସର୍ଜରୀର ୩ୟ ଦିନ ମହିଳାଙ୍କୁ ଡିସ୍‌ଚାର୍ଜ କରାଗଲା। ଅଜ୍ଞାନତା ଓ ନିୟମିତ ପରୀକ୍ଷାର ଅବହେଳା ଯୋଗୁ ଏପରି ହୋଇଛି । ୩୦ ବର୍ଷ ବୟସ ପରେ ପ୍ରତ୍ୟେକ ମହିଳା ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଉଚିତ୍‌ ବୋଲି ଡାକ୍ତର ଭାସେଲ କହିଛନ୍ତି ।

Related Posts