ଓଡିଶା ଗସ୍ତରେ ଆସିବେ ଆସିଆନାର ପ୍ରତିନିଧି ଦଳ

ଭୁବନେଶ୍ୱର :ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୭ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଥିବା ବେଳେ, ଏହାରି ମଧ୍ୟରେ ଓଡିଶା ଗସ୍ତରେ ଆସିବେ ଆସିଆନାର ପ୍ରତିନିଧି ଦଳ । ମିଆଁମାର, ଇଣ୍ଡୋନେସିଆ, ଫିଲିଫାଇନ୍ସ, ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଭିଏତନାମା ଆଦି ଦେଶରେ ପ୍ରତିନିଧି ଆସିବେ ।

ଖବର ଅନୁଯାୟୀ, ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ କଣ କଣ ସୁଯୋଗ ରହିଛି , ତାହା ବୁଲି ଦେଖିବେ ଏହି ପ୍ରତିନଧି ଦଳ। ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି ଆଦି କ୍ଷେତ୍ରରେ କଣ ସୁଯୋଗ ରହିଛି , ତାହା ମଧ୍ୟ ଅନୁଧ୍ୟାନ କରିବେ। ଦିଲ୍ଲୀ ସମ୍ମିଳନୀରେ ୨୭ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବେଶ ଉତ୍ସାହଜନକ ରହିଛି । ମେକ ଇନ ଓଡିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣକୁ ଏକ ବିରାଟ ସଫଳତା ମିଳିବ । ଦିଲ୍ଲୀ ପରେ ମୁମ୍ବାଇରେ ଖୁବଶୀଘ୍ର ଓଡିଶା ଇନ୍‌ଭେଷ୍ଟର ମିଟ ହେବାକୁ ଯାଉଛି। ପରବର୍ତ୍ତୀ ସମୟରେ ବାଙ୍ଗାଲୋର, ଚେନ୍ନାଇ, କୋଲକତା ଆଦି ସ୍ଥାନରେ ଓଡିଶା ଇନ୍‌ଭେଷ୍ଟର ମିଟ ହେବ। ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଏନେଇ ସୂଚନା ଦେଇଛନ୍ତି ।

Related Posts