ଗୁଜୁରାଟ ବିଜେପି ନେତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ: ବିଜେପି ଠୁ ପେମେଣ୍ଟ ନିଅ କିନ୍ତୁ ଆମ ପାଇ କାମ କର”

ନୂଆଦିଲ୍ଲୀ: ଆଗକୁ ଗୁଜୁରାଟ ନିର୍ବାଚନ । ଏନେଇ ପ୍ରଚାର ଓ ପ୍ରସାର ଜୋରଦାର ଚାଲିଥିବା ବେଳେ, ଗୁଜୁରାଟରେ ଥିବା ବିଜେପି କର୍ମୀଙ୍କୁ ଆପ୍‌ ପାଇଁ କାମ କରିବାକୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।

ବିଜେପିରେ ଥାଇ ଭିତିରିଆ ଭାବେ ଆପ୍ ପାଇଁ କାମ କରିବାକୁ କେଜରିୱାଲ୍ ବିଜେପି କର୍ମୀଙ୍କୁ ଅନୁରୋଧ କରିଛନ୍ତି। ବିଜେପି କର୍ମୀମାନେ ବିଜେପି ଠାରୁ ପେମେଣ୍ଟ ନିଅନ୍ତୁ। ହେଲେ ଆପ୍ ପାଇଁ କାମ କରନ୍ତୁ ବୋଲି କେଜରିୱାଲ କହିଛନ୍ତି। ଗୁଜୁରାଟରେ ଆପ୍ ସରକାର ଆସିଲେ ବିଜେପି କର୍ମୀମାନେ ନିଶ୍ଚିତ ଲାଭପ୍ରଦ ହେବେ ବୋଲି ସେ କହିଛନ୍ତି।

ଏନେଇ କେଜରିୱାଲ କହିଛନ୍ତି “ ଆମେ ବିଜେପି ନେତାଙ୍କୁ ଚାହୁଁ ନାହୁଁ। ବିଜେପି ନିଜ ନେତାଙ୍କୁ ନିଜ ପାଖରେ ରଖୁ। ବିଜେପି ପନ୍ନା ପ୍ରମୁଖ, ଗ୍ରାମୀଣ କାର୍ଯ୍ୟକର୍ତ୍ତା ଉଭୟ ଆମ ସହ ସାମିଲ ହେଉଛନ୍ତି। ମୁଁ ସେମାନଙ୍କୁ ପଚାରିବାକୁ ଚାହୁଁଛି ସେମାନଙ୍କ ଦଳର ରହିବାର ଅନେକ ବର୍ଷ ହେଲା ବିଜେପି ତାଙ୍କୁ କଣ ଦେଇଛି? ତୁମେ(ବିଜେପି କର୍ମୀ) ସେହି ପାର୍ଟିରେ ଥାଅ ହେଲେ ଆପ୍ ପାଇଁ କାମ କର। ଆମ ପାଖରେ ଟଙ୍କା ନାହିଁ । ତେଣୁ ତୁମେ ବିଜେପିରୁ ପେମେଣ୍ଟ ନିଅ କିନ୍ତ ଆମ ପାଇ କାମ କର।”

ତେବେ ଗୁଜୁରାଟରେ ମଧ୍ୟ ଦିଲ୍ଲୀର ଶିକ୍ଷା ମଡେଲ୍ ଭଳି ଶିକ୍ଷା ବ୍ୟବସ୍ଥା କରିବା ସହ ମାଗଣା ଇଲେକ୍ଟ୍ରିକ୍‌ ବିଲ୍ ଦେବାକୁ କେଜରିୱାଲ୍ ଘୋଷଣା କରିଛନ୍ତି। ତା ଛଡ଼ା ବିଜେପି ତା କର୍ମୀମାନଙ୍କୁ ଯାହା ଦେଇ ନାହିଁ ଯଥା ଗୁଣାତ୍ମକ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟସେବା ଓ ମାଗଣା ବିଦ୍ୟୁତ୍ ସେବା ଆଦି ଆପ୍‌ କିନ୍ତୁ ତାହା ଯୋଗାଇ ଦେବ ବୋଲି କେଜରିୱାଲ୍ କହିଛନ୍ତି।

Related Posts