ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କୁ ମିଳିଲା ଜାମିନ । ତେବେ ଜ୍ଞାନବାପୀ ମସଜିଦକୁ ନେଇ ସୋଶାଲ ମିଡିଆରେ ପୋଷ୍ଟ କରି ଗିରଫ ହୋଇଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ରତନ ଲାଲଙ୍କୁ ଶେଷରେ ଜାମିନ ମିଳିଛି। ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ୫୦ ହଜାର ଟଙ୍କାର ବଣ୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ ଜାମିନ ପ୍ରଦାନ କରିଛନ୍ତି।

ଏହି ଅର୍ଥ ଦାଖଲ କରିବା ପରେ ସେ ଜେଲରୁ ମୁକୁଳିବେ। ସେପଟେ ଜ୍ଞାନବାପୀ ମସଜିଦରେ ଚାଲିଥିବା ସର୍ଭେ ବେଳେ ଏହା ମଧ୍ୟରୁ ଗୋଟିଏ ବଡ଼ ଶିବଲିଙ୍ଗ ମିଳିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହି ଶିବଲଙ୍ଗକୁ ନେଇ ପ୍ରଫେସର ଲାଲ ସୋଶାଲ ମିଡିଆରେ ଅଭଦ୍ର କମେଣ୍ଟ କରିଥିଲେ। ଏହାକୁ ନେଇ ବିବାଦ ହେବାରୁ ଦିଲ୍ଲୀ ପୁଲିସ ଆଜି ହିଁ ତାଙ୍କୁ ଗିରଫ କରିଥିଲା।

Related Posts