ଜମିରେ କାମ କରୁଥିବା ବେଳେ ବଜ୍ରପାତ, ଜଣେ ଚାଷୀ ମୃତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜମିରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ଘଟଣା ବଲାଙ୍ଗିର ଜିଳ୍ଲା ତୁରେଇକେଲା ନାଥା ଅଞ୍ଚଳରେ ଘଟିଛି। ତୁରକେଲା ଥାନା କାଦୋବେଡା ଗାଁର ପତି ଝାଙ୍କର ପେଶାରେ ଜଣେ ଚାଷୀ। ଆଜି ସେ ନିଜ ଚାଷ ଜମିକୁ କପା ଚାଷ କରିବାକୁ ଯାଇଥିଲେ। ଜଙ୍ଗଲ ପାଖ ବିଲରେ କାମ କରୁଥିବା ବେଳେ ହଠାତ୍‌ ଘଡ଼ଘଡ଼ି ମାରିଥିଲା। ଫଳରେ ସେ ଚେତା ହରାଇ ଚାଷ ଜମିରେ ପଡ଼ିଯାଇଥିଲେ ପତି।

ଦୀର୍ଘ ସମୟ ଧରି ସେ ଘରକୁ ଫେରିନଥିଲେ। ପରେ ପରିବାର ଲୋକେ ଗାଁ ପାଖ ଜଙ୍ଗଲ ବିଲକୁ ଖୋଜିବାକୁ ଯାଇଥିଲେ। ସେତେବେଳେ ପତି ବିଲ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରେକେଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତୁରେକେଲା ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Related Posts