ଅନୁଗୁଳ ଛେଣ୍ଡିପଦା ମାରୁଧିପ ଗାଁରେ ଦନ୍ତା ଆକ୍ରମଣରେ ଜଣେ ଚାଷୀ ମୃତ

ଅନୁଗୁଳ : ଅନଗୁଳ ଛେଣ୍ଡିପଦା ମାରୁଧିପ ଗାଁରେ ଅଘଟଣ । ଦାନ୍ତ ଆକ୍ରମଣରେ ଜଣଙ୍କ ମୃତ୍ୟୁ । ମୃତକ ହେଲେ ସେହି ଗାଁର ଦୁର୍ଯ୍ୟୋଧନ ସାହୁ । ସେ ସକାଳୁ ସକାଳୁ ବିଲକୁ ଚାଷ କରିବାକୁ ଯାଇଥିଲା ବେଳେ ଏହି ଅଘଟଣ ଘଟିଛି ।

ଚାଷ ଜମିରେ ପଡି ରହିଛି ଦୁର୍ଯ୍ୟୋଧନଙ୍କ ମୃତ ଶରୀର । ଖବର ପାଇ ଛେଣ୍ଡିପଦା ବନ ବିଭାଗ ଘଟଣା ସ୍ଥଳରେ ପହଁଚିଛନ୍ତି । ଗୋଟିଏ ହାତୀ ସେହି ଆଖପାଖରେ ବୁଲୁଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିଛନ୍ତି ।

ବନବିଭାଗଙ୍କ ପକ୍ଷରୁ ହାତୀକୁ ଠାବ କରି ଘଉଡ଼ାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସେପଟେ ମୃତ ଚାଷୀଙ୍କ ପରିବାରକୁ ସହାୟତା ରାଶି ଦେବା ନେଇ ଦାବି ହୋଇଛି ।

Related Posts