ଭୀମସାରେ ଡାକ୍ତରଙ୍କୁ ଆକ୍ରମଣ: ଉତ୍ତେଜନା ପ୍ରକାଶ

ସମ୍ବଲପୁର : ଅଶାନ୍ତ ହୋଇପଡିଛି ଭୀମସାର । ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ଆକ୍ରମଣ କରିଛନ୍ତି। ଯାହାଫଳରେ ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ରବିବାର ସମ୍ବଲପୁରର ଜଣେ ଗୁରୁତରଙ୍କୁ ବୁର୍ଲା ଭୀମସାର କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା । ତେବେ ରୋଗୀଙ୍କ କ୍ଷତ ହୋଇଥିବାବେଲେ ସର୍ଜରୀ ଡାକ୍ତର ଚିକିତ୍ସା କରୁଥିଲେ । ଫଳରେ କ୍ଷତସ୍ଥାନରୁ ରକ୍ତସ୍ରାବକୁ ସହିନପାରି ରୋଗୀ ସମ୍ପର୍କୀୟ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଫଳରେ ଖବର ପାଇ ଡାକ୍ତରୀଛାତ୍ର କାଜୁଆଲଟି ସାମ୍ନାରେ ପହଂଚିବା ପରେ ଉତ୍ତେଜନା ଆରମ୍ଭ ହୋଇଥିଲା । ଦୋଷୀ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ଦାବି କରି କାଜୁଆଲଟି ସାମ୍ନାରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହଥିଲା । ପରେ ସୁପରିଟେଣ୍ଡଣ୍ଟ ଘଟଣାସ୍ଥଳକୁ ପହଂଚି ଡାକ୍ତରୀ ଛାତ୍ରଙ୍କ ସହ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ତେବେ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ପ୍ରତିଶୃତି ଦେବା ପରେ ଉତ୍ତେଜନାମୂଳକ ପରିସ୍ଥିତି ବନ୍ଦ ହୋଇଥିଲା ।

Related Posts