ଜାଲିଆତି ମାମଲାରେ ନିଜ ଭାବି ସ୍ବାମୀଙ୍କୁ ଗିରଫ କଲେ ଜଣେ ମହିଳା ପୋଲିସ ସବ-ଇନସ୍ପେକ୍ଟର

ଗୌହାଟୀ: ଚର୍ଚ୍ଚାରେ ଆସାମର ନଗାଓଁ ଜିଲ୍ଲାରେ ଜଣେ ମହିଳା ପୋଲିସ ସବ-ଇନସ୍ପେକ୍ଟର । ନିଜର ଭାବି ସ୍ବାମୀଙ୍କୁ ଗିରଫ କରିଛନ୍ତି ମହିଳା ପୋଲିସ ସବ-ଇନସ୍ପେକ୍ଟର। ଜାଲିଆତି ମାମଲାରେ ତାଙ୍କୁ ଗିରଫ କରିଛନ୍ତି । ମହିଳା ସବ-ଇନସ୍ପେକ୍ଟର ନିଜ ବିବାହର କିଛି ମାସ ପୂର୍ବରୁ ନିଜ ଭାବି ସ୍ୱାମୀଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରିଛନ୍ତି। ଆସାମର ନଗାଓଁ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଏଠାରେ ନିଯୁକ୍ତ ମହିଳା ସବ ଇନସ୍ପେକ୍ଟର ଜୋନମାଇ ରାଭା ନିଜର ଭାବି ସ୍ୱାମୀ ରାଣା ପଗାଗଙ୍କୁ ଜାଲିଆତି ମାମଲାରେ ଗିରଫ କରିଛନ୍ତି ।

ସୂଚନା ଅନୁସାରେ ରାଣା ପଗାଗ ମିଛ ପରିଚୟ ଦେଇ ଚାକିରି ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଟଙ୍କା ଲୁଟିଥିବା କଥିତ ଅଭିଯୋଗ ହୋଇଛି। ଏହାକୁ ନେଇ ପୀଡିତ ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଥିଲା। ପରେ ଜୋନମାଇ ନିଜ ଭାବି ସ୍ୱାମୀଙ୍କୁ ଗିରଫ କରିଥିଲେ। ରିପୋର୍ଟ ଅନୁସାରେ, ଜନୋମଇଙ୍କ ଭାବି ସ୍ୱାମୀ ରାଣା ଅୟଲ ଇଣ୍ଡିଆ ଲିମିଟେଡର ଜଣେ ପିଆର ଅଧିକାରୀ ଭାବେ ନିଜର ମିଛ ପରିଚୟ ଦେବା ସହ କମ୍ପାନୀରେ ଚାକିରି ଦେବା ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କାର ଚୁନ ଲଗାଇଥିଲେ।

ଆସାମର ନୌଗାଓଁ ଜିଲ୍ଲାରେ ନିଯୁକ୍ତ ପୋଲିସ ସବ ଇନସ୍ପେକ୍ଟର ଜାଲିଆତି ମାମଲାରେ ନିଜର ଭାବି ସ୍ୱାମୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଗିରଫ କରି ଥାନାକୁ ନେଇଥିଲେ। କିଛି ମାସ ତଳେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା। ଚଳିତ ବର୍ଷ ନଭେମ୍ୱର ମାସରେ ଦୁହିଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତେ। ଅଭିଯୁକ୍ତ ଚାଲାକ କରି ସବ ଇନସ୍ପେକ୍ଟରଙ୍କୁ ନଜ ଜାଲିରେ ଫସାଇ ଦେଇଥିଲେ ।

Related Posts