ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆସାମର ୮ ଆଦିବାସୀ ଉଗ୍ରପନ୍ଥୀ ସଂଗଠନଙ୍କ ସହ ସ୍ୱାକ୍ଷରିତ ହେଲା ଶାନ୍ତି ଚୁକ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସାମରେ ଗୁରୁବାର ୮ ଆଦିବାସୀ ଉଗ୍ରପନ୍ଥୀ ସଂଗଠନଙ୍କ ସହ ତ୍ରିପାକ୍ଷିକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହା ଦ୍ୱାରା ଆଗାମୀ ଦିନରେ ଆସାମରେ ଶାନ୍ତି ସ୍ଥାପିତ ହୋଇପାରିବ ବୋଲି ଆଶା କରାଯାଉଛି । ଏହି ଉଗ୍ରପନ୍ଥୀ ସଂଗଠନଗୁଡିକ ମଧ୍ୟରେ ଅଲ ଆଦିବାସୀ ନ୍ୟାଶନାଲ ଲିବରେଶନ ଆର୍ମି, ଆଦିବାସୀ କୋବ୍ରା ମିଲିଟାଂଟ ଅଫ ଆସାମ, ବିର୍ଶା କମାଣ୍ଡୋ ଫୋର୍ସ, ସାନ୍ତାଳ ଟାଇଗର ଫୋର୍ସ, ଆଦିବାସୀ ପିପୁଲ୍ସ ଆର୍ମି, ବିସିଏଫ, ଏଏଏନଏଲଏ, ଏସିଏମଏ ରହିଛନ୍ତି । ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷାରିତ ହୋଇଥିଲା ।

୨୦୧୨ରେ ଏହି ଗୋଷ୍ଠୀଗୁଡିକ ଅସ୍ତ୍ରବିରତି କରିବା ସହ ଲୁଚି ଛପି କରି ରହୁଥିଲେ । ସରକାରଙ୍କ ଆଶ୍ୱସନା ପରେ ସେମାନେ ମୂଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏହା ଦ୍ୱାରା ଆସାମରେ ଶାନ୍ତି ଏବଂ ସଦଭାବନାର ନୂତନ ଯୁଗର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି । ପରେଶ ପରୁଆଙ୍କ ନେତୃତ୍ୱାଧୀନ ଉଲଫା ଏବଂ କମତାପୁର ଲିବରସେନ ଅର୍ଗାନାଇଜେଶନ ବ୍ୟତୀତ ଅନ୍ୟ ସମସ୍ତ ଉଗ୍ରପନ୍ଥୀ ଗୋଷ୍ଠୀ ଶାନ୍ତି ଚୁକ୍ତିନାମାରେ ସ୍ୱାକ୍ଷର କରିଥିବା ସୂଚନା ମିଳିଛି।

Related Posts