ଭୁବନେଶ୍ୱରର ବମିଖାଲରେ ପିଓର କେକେ ଟ୍ରାଡିଂ ନାମକ ଏକ ଇଲ୍ରେିକ୍ ସ୍କୁଟର ଶୋ’ରୁମରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରର ବମିଖାଲରେ ପିଓର କେକେ ଟ୍ରାଡିଂ ନାମକ ଏକ ଇଲ୍ରେିକ୍ ସ୍କୁଟର ଶୋ’ରୁମରେ ଅଗ୍ନିକାଣ୍ଡ । ଗତ ରାତିରେ ଏହି ଶୋ’ ରୁମ୍‌ରେ ନିଆଁ ଲାଗି ତାହା ସର୍ଭିଂସ ସେଣ୍ଟରକୁ ବ୍ୟାପି ଯାଇଥିଲା। ଏକ ଖରାପ ବ୍ୟାଟେରିରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ଏହି ଅଗ୍ନିକାଣ୍ଡରେ ବହୁ ଗାଡ଼ି ପୋଡ଼ି ଯାଇଥିବା ବେଳେ କୌଣସି ଜୀବନହାନୀ ହୋଇ ନ ଥିବା ଜଣାଯାଇଛି।

ସୂଚନା ପାଇଁ ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଶୋ’ ରୁମ୍‌ର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ହାଇଦ୍ରାବାଦରେ ଏକ ଇଲ୍ରେିକ୍ ସ୍କୁଟର ଶୋ’ ରୁମ୍‌ରେ ନିଆଁ ଲାଗି ପ୍ରାୟ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଗତରାତିରେ ସମାନ ଘଟଣାର ପୁନରାବୃତ୍ତି ରାଜଧାନୀ ଭୁବନେଶ୍ୱରରେ ଘଟିଛି।

Related Posts