ରାଜଧାନୀର ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟଣା: ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

ନୂଆଦିଲ୍ଲୀ: ଗତକାଲି ରାଜଧାନୀ ଦିଲ୍ଲୀରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଯାଉଛି । ମୁଣ୍ଡକା ମେଟ୍ରୋ ପିଲାର ନମ୍ୱର ୫୪୫ ସ୍ଥିତ ଏକ ବିଲ୍ଡିଂରେ ଶୁକ୍ରବାର ଭୀଷଣ ନିଆଁ ଲାଗିଯାଇଥିଲା । ଫଳରେ ଏହି ଅଘଟଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ପ୍ରଥମେ ମୃତ୍ୟୁ ସାଂଖ୍ୟ 20ଥିବା ନେଇ ସୂଚନା ଥିବା ବେଳେ ଏବେ ବୃଦ୍ଧି ପାଇଁ 27ରେ ପହଞ୍ଚିଛି ।

ଆଉ କିଛି ଲୋକଙ୍କ ମୃତଦେହ ଏବେ ବି ବିଲ୍ଡିଂ ଭିତରେ ରହିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗର ତଥ୍ୟ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୭ଟି ମୃତଦେହ ମିଳିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଆଁ ଝାସରେ ୧୨ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । କିଛି ଲୋକ ଏବେବି ଭିତରେ ଫସି ରହିଥିବା ବିଭାଗ କହିଛି ।

ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ ସୂଚନା ଅନୁସାରେ ଏକ ୪ ମହଲା ବିଶିଷ୍ଟ ବିଲ୍ଡିଂର ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା । ଯେଉଁଠାରେ ଏକ ସିସିଟିଭି କ୍ୟାମେରା ଏବଂ ରାଉଟର ନିର୍ମାଣ କାର୍ଯ୍ୟାଳୟ ଥିଲା । ବିଲ୍ଡିଂର ଅନ୍ୟ ଏକ ଗୋଦାମରେ ପର୍ଫ୍ୟୁମ୍‌ ଏବଂ ଦେଶୀ ଘିଅ ମହଜୁଦ୍‌ ଥିବାରୁ ଏଥିରେ ନିଆଁ ଲାଗି ଯାଇଥିଲା । ଯାହାଫଳରେ ନିଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା । ଏହି ବିଲ୍ଡିଂରେ ୨ ଶହରୁ ଅଧିକ ଲୋକ ଥିବା ବେଳେ ୫୦-୬୦ ଲୋକଙ୍କ ବୈଠକ ହେଉଥିଲା । କାଚ ଭାଙ୍ଗି ଲୋକଙ୍କୁ ଉଦ୍ଧାର କରାଯାଇଥିବା ସେ କହିଛନ୍ତି ।
ତେବେ ଏହି ଘଟଣା ପରେ ବିଲ୍ଡିଂର ମାଲିକ ବରୁଣ ଗୋୟଲ ଏବଂ ହରିଶ ଗୋୟଲଙ୍କୁ ପୋଲିସ୍‌ ଗିରଫ କରିଛି । ମୃତଦେହ ଗୁଡ଼ିକର ପରିଚୟ ପାଇଁ ସାଇଣ୍ଟିଫିକ୍‌ ଟିମ୍‌କୁ ଲଗାଯାଇଥିବା ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି ।

Related Posts