ଏସ୍‌ସିବିରେ ଇକ୍‌ମୋ ଚିକିତ୍ସାଧୀନ ଚତୁର୍ଥ ରୋଗୀ ମୃତ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଏସ୍‌ସିବି ଏକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧୀନ ଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଏହାରି ମଧ୍ୟରେ ୪ ଜଣ ରୋଗୀ ମୃତ୍ୟୁବରଣ କରିସାରିଲେଣି। ଗତକାଲି ଚତୁର୍ଥ ତଥା ଶେଷ ରୋଗୀ ଭାବେ ଚିକିତ୍ସାଧୀନ ଥିବା ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି। ଫଳରେ ବର୍ତ୍ତମାନ ଇକମୋ ୟୁନିଟ ଖାଲି ହୋଇଯାଇଛି। ମୃତ ମହିଳା ଜଣଙ୍କ କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର। ଅଗଷ୍ଟ ୨୯ ତାରିଖରେ ପ୍ରଥମ ରୋଗୀ ଭାବେ କଟକ ବଡ଼ ଡାକ୍ତରଖାନାରେ ଖୋଲିଥିବା ଇକମୋ ୟୁନିଟରେ ଭର୍ତ୍ତି ହୋଇଥିଲେ ଅନ୍ନପୂର୍ଣ୍ଣା ନାୟକ (୫୮)। ତାଙ୍କ ପରେ ପରେ ବଲାଙ୍ଗିର ଜଣେ ମହିଳା, କେନ୍ଦ୍ରାପଡ଼ାର ଜଣେ ବ୍ୟକ୍ତି ଓ ଭୁବନେଶ୍ୱରର ଜଣେ ବ୍ୟକ୍ତି ଏସସିବି ଇକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧିନ ଥିଲେ। ଏହି ତିନି ଜଣଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଶେଷ ରୋଗୀ ଭାବେ ନିଶ୍ଚିନ୍ତକ୍‌ଇଲି ଅଞ୍ଚଳର ଏହି ମହିଳାଙ୍କର ମୃତ୍ୟୁ ଘଟିଛି। ପ୍ରଥମେ କେନ୍ଦ୍ରାପଡ଼ାର ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ତା’ପରେ ବଲାଙ୍ଗିରର ମହିଳା ଜଣଙ୍କ ପ୍ରାଣ ହରାଇଥିଲେ। 

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ପ୍ରଥମ ମାଗଣା ଏକ୍‌ମୋ ଚିକିତ୍ସା ବ୍ୟବସ୍ଥା । ଏହା ପୂର୍ବ ଭାରତର ସବୁଠାରୁ ବଡ ଏକ୍‌ମୋ ୟୁନିଟ୍‌କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ। କାର୍ଡିଓଥୋରାସିସ୍‌ ଡିପାର୍ଟମେଣ୍ଟରେ ୯ଟି ଏକ୍‌ମୋ ମେସିନ୍‌ ସ୍ଥାପନ କରାଯାଇଥିବା ବେଳେ ୬ଟି ଅଣକରୋନା ରୋଗୀଙ୍କ ପାଇଁ ଓ ୩ଟି କରୋନା ରୋଗୀଙ୍କ ପାଇଁ ଏଠାରେ ଚିକିତ୍ସା ବ୍ୟବସ୍ଥା ରହିଥିଲା। 

Related Posts