ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯାଜପୁର ଜିଲ୍ଲାର କୋରେଇ ଷ୍ଟେସନ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି। ଏଠାରେ ଏକ ମାଲ୍ ଗାଡି ଲାଇନଚ୍ଯୁତ ହୋଇ ପ୍ଲାଟଫର୍ମ ଉପରକୁ ମାଡ଼ି ଆସିଛି ଓ ଏହାର ବଗିଗୁଡ଼ିକ ପରସ୍ପର ଉପରେ ଚଢିଯାଇଛି। ଏହାଫଳରେ ଏହି ଦୁର୍ଘଟଣା‌ରେ ୪ ଜଣଙ୍କର ମୃତ୍ଯୁ ହୋଇଥିବା ଜଣାଯାଇଛି। ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାଯାଇଛି। ମୃତକମାନେ ବାଲେଶ୍ବର-ଭୁବନେଶ୍ବର ଡିଏମୟୁ ଟ୍ରେନରେ ଭୁବନେଶ୍ବରକୁ ଆସିବାକୁ ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ।

ତେବେ ରେଳବାଇର ଲୋକସଂପର୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨ଜଣଙ୍କର ପ୍ରାଣହାନି ଘଟିଛି। ମୃତଦେହ ଚାପିହୋଇ ରହିଛି। ଟ୍ରେନଟି ଭଦ୍ରକରୁ ଛତ୍ରପୁରକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳ ପ୍ରାୟ ୬ଟା ୪୦ ମିନିଟରେ ଏହି ରେଳ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।