କୋଭିଡ ପଜିଟିଭ ବରକୁ ବାହାହେବା ପାଇଁ କନିଆଁ ପିନ୍ଧିଲା ପିପିଇ କିଟ

bridge

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: କୋଭିଡ ମହମାରୀ ସହ ସାରା ଦେଶ ଲଢୁଛି । ତେବେ କୋଭିଡ ପଜିଟିଭ ବରକୁ ବାହାହେବା ପାଇଁ କନିଆଁ ପିପିଇ କିଟ ପିନ୍ଧି ବାହା ହେବା କଥା ସାମ୍ନାକୁ ଆସିବା ପରେ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏପରି ଏକ ନିଆରା ଘଟଣା ଘଟିଛି କେରଳର ଆଲାପୁଜା ମେଡିକାଲ କଲେଜରେ । ଉଭୟଙ୍କର ବାହାଘରର ନିର୍ଦ୍ଧାରିତ ତାରିଖ ପୂର୍ବରୁ ବର ଏବଂ ତାଙ୍କ ମା’ କୋଭିଡରେ ସଂକ୍ରମିତ ହୋଇଥିଲେ । ଏହା ପରେ ଉଭୟଙ୍କୁ ଭନ୍ଦନମ ମେଡିକାଲ କଲେଜରେ ଭତ୍ତି କରାଯାଇଥିଲା । ଏହା ପରେ ଜିଲ୍ଲା କଲେକ୍ଟର ଓ ଡାକ୍ତଖାନା ଅଧୀକ୍ଷକଙ୍କ ଅନୁମତିକ୍ରମେ ଏହି ବିବାହ ହସ୍ପିଟାଲରେ ହୋଇଥିଲା । ସବୁଠାରୁ ରୋଚକ କଥାଟି ହେଉଛି ବର କୋଭିଡ ସଂକ୍ରମିତ ହୋଇଥିଲେ ମଧ୍ୟ ସାତଜନମ ପାଇଁ ଆବର୍ଦ୍ଧ ହେବାକୁ ଯାଉଥିବା କନିଆ ପଛଘୁଞ୍ଚା ନଦେଇ ନିର୍ଦ୍ଧାରିତ ତାରିଖରେ ନିଜର ସାଥୀକୁ ବିବାହ କରିଛି । ଏପରି କରି ଉଭୟ ଉଭୟଙ୍କ ପ୍ରତି ଥିବା ଭଲପାଇବା ଦେଖାଇଛନ୍ତି ଏବଂ ଉଦାହରଣ ପାଲଟିଛନ୍ତି । ମହାମାରୀ ସହ ସାରା ଦେଶ ଲଢୁଥିବା ବେଳେ କନିଁଆ ପିପିଇ କିଟ ପିନ୍ଧି ବାହାହେବା ଏହାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି । ସତରେ ପ୍ରେମର ଜ୍ୱଳନ୍ତ ଉଦାହରଣ ପାଲଟିଥିବା ଏହି ପ୍ରେମୀଯୁଗଳଙ୍କୁ ଚାରିପଟୁ ଶୁଭେଚ୍ଛାର ବାର୍ତ୍ତା ଆସୁଛି । ଅନ୍ୟପଟେ କୋଭିଡ ୱାର୍ଡକୁ ସଂକ୍ରମିତଙ୍କ ପାଇଁ ବିବାହସ୍ଥଳୀ କରିବା କଥାକୁ ସହଜରେ ହଜମ କରି ପାରୁନାହାଁନ୍ତି ବୁଦ୍ଧିଜୀବି ।

Related Posts