
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ଭାରତରେ କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ପଡୋଶୀ ଦେଶ ବାଂଲାଦେଶ ନିଜ ଦେଶକୁ ଯାତାୟତ ପାଇଁ ବର୍ତ୍ତମାନ ଭାରତୀୟଙ୍କ ଲାଗି ସ୍ଥଳ ମାର୍ଗ ଦୁଇ ସପ୍ତାହ ପାଇଁ ବନ୍ଦ ରଖିଛି । ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ଗଣମାଧ୍ୟମକୁ କହିଛନ୍ତି କିଛିଦିନ ପାଇଁ ଭାରତୀୟ ଯାତ୍ରୀଙ୍କ ପାଇଁ ଆମେ ସୀମାକୁ ବନ୍ଦ କରୁଛୁ।
ସେ କହିଛନ୍ତି ଯେ ପଡୋଶୀ ଦେଶ ତଥା ଲୋକଙ୍କର ଯାତାୟାତ ପାଇଁ ସ୍ଥଳ ମାର୍ଗ ଦୁଇ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବ କିନ୍ତୁ ସାମଗ୍ରୀ ଭାରୀ ଯାନ ଚଳାଇବାକୁ ଅନୁମତି ଦିଆଯିବ। ଦୁଇ ସପ୍ତାହ ପାଇଁ ସୀମା ବନ୍ଦ କରିବାକୁ ଉଚ୍ଚ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି … ଏପ୍ରିଲ 26 ରୁ ଭାରତ ସହିତ ସ୍ଥଳ ମାର୍ଗ ବନ୍ଦ ରହିବ ବୋଲି ବାଂଲାଦେଶର ଗୃହମନ୍ତ୍ରୀ ଆସାଦୁଜଜମାନ ଖାନ କମଲ କାଲେରକାନ୍ତ ଖବରକାଗଜକୁ କହିଛନ୍ତି। କରୋନା ସଂକ୍ରମଣର ଭୟା ବହ ପରିସ୍ଥିତିକୁ ଦେଖି ବାଂଲାଦେଶ ସରକାର ଗତ 14 ଏପ୍ରିଲରୁ ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ସ୍ଥଗିତ ରଖିଛନ୍ତି