କଳାହାଣ୍ଡି ସୁନାମୁଖୀ ଜଙ୍ଗଲରୁ ଏକ ଯୁବକର ମୁଣ୍ଡବିହୀନ ଶବ ଉଦ୍ଧାର

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାର ରିଷିଡା-ମ ରାମପୁର ରାସ୍ତାର ଅଲାତରା ସନ୍ନିକଟ ସୁନାମୁଖୀ ଜଙ୍ଗଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଜଣେ ଯୁବକର ମୁଣ୍ଡବିହୀନ ଶବ ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ ମ. ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୃତକଙ୍କର ପରିଚୟ ମିଳିପାରିନାହିଁ। ତେବେ ମୃତକଙ୍କ ମୁଣ୍ଡ ନଥିବାରୁ ପରିଚୟ ମିଳିପାରୁନାହିଁ। ଶବର ଡାହାଣ ଆଙ୍ଗୁଠିରେ ତିନୋଟି ମୁଦି ପିନ୍ଧିଥିବା ଲକ୍ଷ୍ୟ କରାଯାଇଛି ଓ ବାଇକ ଚି଼ହ୍ନ ରହିଛି।

Related Posts