ହରିୟାଣାର ଅମ୍ବାଲାରେ ଗଣ ଆତ୍ମହତ୍ୟା: ଗୋଟିଏ ପରିବାରର ୬ ଜଣଙ୍କର ମୃତଦେହ ଉଦ୍ଧାର

ଚଣ୍ଡୀଗଡ଼: ହରିୟାଣାର ଅମ୍ବାଲାରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଏକା ସାଙ୍ଗରେ ଗୋଟିଏ ପରିବାରର ୬ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି | ତେବେ ଏହା ଏକ ଗଣ ଆତ୍ମହତ୍ୟା ବୋଲି ପୁଲିସ କହିଛି | ଘରୁ ଏକ ସୁଇସାଇଡ ନୋଟ ଉଦ୍ଧାର କରାଯାଇଥିବାବେଳେ ପୁଲିସ ସହ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି | ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି।

ଏହି ଘଟଣାକୁ ନେଇ ଅମ୍ବାଲା ଡିଏସପି ଯୋଗୀନ୍ଦର ଶର୍ମା କହିଛନ୍ତି, ‘ ଅମ୍ବାଲାର ବାଲାନା ଗାଁର ଏହି ଘରର ସଦସ୍ୟ ଘରୁ ନ ବାହାରିବାରୁ ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା |

ଆଉ ଏହା ପରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ | ପୁଲିସ ଯେତେବେଳେ ଘରର କବାଟ ଭାଙ୍ଗି ଖୋଲିଥିଲା ଦୁଇ ପିଲାଙ୍କ ସମେତ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ଆତ୍ମହତ୍ୟା ନୋଟ ଉଦ୍ଧାର କରାଯାଇଛି। ଅଧିକ ଅନୁସନ୍ଧାନ ଚାଲିଛି। ମୃତକଙ୍କ ନାମ ସଂଗତ ରାମ, ମହିନ୍ଦ୍ର କୌର (ପତ୍ନୀ), ସୁଖବିନ୍ଦର ସିଂ (ପୁଅ), ରୀନା (ବୋହୂ), ଆଶୁ(ନାତୁଣୀ) ଏବଂ ଜାସି(ନାତୁଣୀ) ମଧ୍ୟ ଅଛନ୍ତି।

ଆଶଙ୍କା କରାଯାଉଛି ଯେ ସୁଖବିନ୍ଦର ଆତ୍ମହତ୍ୟା କରିବା ପୂର୍ବରୁ ପରିବାର ସଦସ୍ୟଙ୍କୁ ବିଷ ଦେଇଥଲେ। ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ | ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

Related Posts