ଯୁଦ୍ଧରେ ନିହତ ମାଆଙ୍କ ଉଦ୍ଦେଶ୍ୟରେ ୟୁକ୍ରେନ୍ ର ଜଣେ ଶିଶୁର ହୃଦୟ ବିଦାରକ ଚିଠି: “ଆମେ ସ୍ୱର୍ଗରେ ଦେଖାହେବା”

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଯୁଦ୍ଧ | ଫଳରେ ହଜାର ହଜାର ଲୋକ ଏହି ଯୁଦ୍ଧରେ ମୃତ୍ୟୁ ବରଣ କରୁଛନ୍ତି | କିଏ ମା କୁ ହରାଇଛି ତ ଆଉ କିଏ ବାପାକୁ , ଆଉ କିଏ ନିଜ ସମସ୍ତ ପ୍ରିୟଜନଙ୍କୁ ହରାଇଛି | ତେବେ ଖାଲି ୟୁକ୍ରେନ ଯେ ନିଜ ନାଗରିକ କୁ ହରାଉଛି ତାହା ନୁହେ, ରୁଷି ବି ନିଜର ହଜାର ହଜାର ସେନାକୁ ହରାଇଲେଣି | ତେବେ ଏହି ସଙ୍କଟ ମଧ୍ୟରେ ୟୁକ୍ରେନ ମାଟିରୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ | ଜଣେ ଶିଶୁ ଯୁଦ୍ଧରେ ନିହତ ମାଆଙ୍କ ଉଦ୍ଦେଶ୍ୟରେ ଏକ ହୃଦୟ ବିଦାରକ ଚିଠି ଲେଖିଛି । ଜଣେ ୯ ବର୍ଷର ଝିଅ ତାଙ୍କ ମାଆଙ୍କ ମୃତ୍ୟୁରେ ଶୋକାତୁର ହୋଇ ଭାବିହ୍ୱଳ ଚିଠି ଲେଖିଛନ୍ତି । ଝିଅଟି ତାର ମାଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି, ତାଙ୍କ ପିଲା ଦିନ ପାଇଁ ମାଆଙ୍କୁ କୃତଜ୍ଞତା ଜଣଶଇଛନ୍ତି । ତାଙ୍କ ମାଆଙ୍କୁ ସେ ବିଶ୍ୱର ସବୁଠାରୁ ଭଲ ମାଆ ବୋଲି କହିଛନ୍ତି ।

ମାଆ ସ୍ୱର୍ଗକୁ ଯିବେ ବୋଲି ଆଶା କରି ଝିଅଟି ଲେଖିଛି ଆମେ ସ୍ୱର୍ଗରେ ଦେଖାହେବା । ସେ ଭଲ ଝିଅ ହେବାକୁ ଚେଷ୍ଟା କରିବେ । ଯାହା ଫଳରେ ସେ ସ୍ୱର୍ଗକୁ ଯାଇପାରିବେ ବୋଲି ଭାବାବେଗ ଚିଠି ଲେଖିଛନ୍ତି । ଝିଅର ଏହି ହାତ ଲେଖା ଚିଠିକୁ ୟୁକ୍ରେନ୍ ଗୃହମନ୍ତ୍ରୀଙ୍କ ଉପଦେଷ୍ଟା ଟ୍ୱିଟରରେ ସେୟାର କରିଛନ୍ତି । ଝିଅଟିର ମାଆ ଏକ କାରରେ ଯାଉଥିବା ବେଳେ ରୁଷ ସେନାର ଗୁଳିମାଡର ଶିକାର ହୋଇଥିଲେ ।

ସେପଟେ, ଏହାରି ଭିତରେ ଜଣେ ୟୁକ୍ରେନ ମହିଳାଙ୍କ କରୁଣ କାହାଣୀ ସାମ୍ନାକୁ ଆସିଛି । ଶାଶା ମାକୋଭି ଜଣେ କଳାକାର । ସାମାଜିକ ଗଣମାଧ୍ୟମରେ ସେ ତାଙ୍କ ଯୁଦ୍ଧର ପ୍ରଥମ ଦିନର ଅନୁଭୂତି ସମ୍ପର୍କରେ କହିଛନ୍ତି । ଶାଶା ଯୁଦ୍ଧର ଭୟାବହତାକୁ ଦେଖି ତାହ୍କ କୁନି ଝିଅ ଭିରାର ଜୀବନ ବଞ୍ଚାଇବା ପାଇଁ ଏକ ଅଭାବନୀୟ ପନ୍ଥା ଗ୍ରହଣ କରିଛନ୍ତି । ସେ ଭିରାର ପିଠିରେ ତା’ ନାଁ ଓ ଫୋନ୍ ନମ୍ବର ଲେଖିଛନ୍ତି । ତାଙ୍କ କହିବା କଥା, ଯଦି ଯୁଦ୍ଧରେ ତାଙ୍କର ମୃତ୍ୟୁ ହୋଇଯାଏ, ତେବେ ଅନ୍ୟ କେହି ଭିରାକୁ ପାଇଲେ ତା ପିଠିରେ ଲେଖା ଥିବା ଯୋଗାଯୋଗ ସୂଚନାକୁ ଦେଖି ଠିକଣା ସ୍ଥାନରେ ପହଞ୍ଚାଇବାରେ ସଫଳ ହେବେ ।

ଶାଶା ଭିରାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେଉଁଥିରେ, ଭିରାର ପୂରା ନାଁ, ଜନ୍ମତାରିଖ, ଫୋନ୍ ନମ୍ବର ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ଏହା ବାଦ୍ ସେ ଭିରା ନାଁରେ ନିଜ ପରିବାର ଓ ସମ୍ପର୍କୀୟଙ୍କ ଯୋଗାଯୋଗ ସୂଚନା ସହ ହାଲେଖା କଣ୍ଟାକ୍ଟ କାର୍ଡ ମଧ୍ୟ ତିଆରି କରିଛନ୍ତି । କେବଳ ସେତିକି ନୁହେଁ, ଏହି ବିବରଣୀକୁ ପୂର୍ବରୁ ସେ ଭିରାର ପିଠିରେ କାହିଁକି ଟାଟୁ କରି ନଥିଲେ ସେ ନେଇ ମନସ୍ତାପ କରିଛନ୍ତି । ତେବେ ସେମାନେ ଏବେ ସୁରକ୍ଷିତ ଥିବା କଥା ଜଣାଇଛନ୍ତି ଶାଶା ।

Related Posts