ପ୍ରଧାନ ଶିକ୍ଷକଙ୍କ ଶିକ୍ଷୟତ୍ରୀଙ୍କୁ ଅସଦାଚାରଣ ଅଭିଯୋଗ ଘଟଣା: ତାତିଲେ ଅଭିଭାବକ ଏବଂ ଛାତ୍ରଛାତ୍ରୀ

ଖୋର୍ଦ୍ଧା: ନରିଶୋ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଅସଦାଚାରଣ କରିବା ନେଇ ଅଭିଯୋଗ ଘଟଣା କୁ ନେଇ ତାତିଛନ୍ତି ଅଭିଭାବକ ଏବଂ ଛାତ୍ରଛାତ୍ରୀ । ଉଭୟ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟରୁ ତଡ଼ିବା ପାଇଁ ଆଦି ବସିଛନ୍ତି | ବିଦ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି ଅଭିଭାବକ ଏବଂ ଛାତ୍ରଛାତ୍ରୀ ।

ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାନଯିବା ପଛରେ ଆପୋଷ ସମାଧାନ ସନ୍ଦେହ କରିଛନ୍ତି ଅଭିଭାବକ । ଯେଉଁଥିପାଇଁ ବିଦ୍ୟାଳୟ ପରିସରରେ ଘଟିଥିବା ଏହି କଳଙ୍କିତ ଘଟଣା ପଛରେ ଅନ୍ୟ କିଛି ଘଟଣା ରହିଛି ବୋଲି ସନ୍ଦେହ କରାଯାଉଛି । ତେବେ ଉଭୟ ଅଭିଯୁକ୍ତ ଏବଂ ଅଭିଯୋଗକାରିଣୀଙ୍କୁ ତୁରନ୍ତ ବିଦ୍ୟାଳୟରୁ ହଟାଇବା ସହ ଚାକିରୀରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ ।

ପ୍ରକାଶ ଥାଉ କି ଗତ ଶୁକ୍ରବାର ଦିନ ବିଦ୍ୟାଳୟ ପରିସରରେ ଜଣେ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଅସଦାଚାରଣ କରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ତାହା ଦେଖିଥିଲେ । ପରେ ପ୍ରଧାନ ଶିକ୍ଷକ ପ୍ରଭାକର ମଲ୍ଲିକ ଙ୍କୁ ନିସ୍ତୁକ ମାଡ଼ ମାରିବା ସହ ପୋଲିସ ଜିମା ଦେଇଥିଲେ ଗ୍ରାମବାସୀ । ପ୍ରଧାନ ଶିଷକ ଏବେ ଥାନାରେ ଅଟକ ଅଛନ୍ତି ।

Related Posts