ପୁରୀ ସମୁଦ୍ରରେ କୂଳରେ ଲାଗିଲା ବିଶାଳ ଶକ୍ତି କୁଣ୍ଡ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁରୀ ସମୁଦ୍ରରେ କୂଳରେ ଲାଗିଲା ବିଶାଳ ଶକ୍ତି କୁଣ୍ଡ । ସେପଟେ ଏହା କେତେ ପୁରୁଣା ଓ କେଉଁଠୁ ଆସିଲା ତାହା ଜାଣିବାକୁ ସର୍ଭେ କରାଯିବ ବୋଲି ସଂସ୍କୃତି ଅଧିକାରୀ କହିଛନ୍ତି। ଗତକାଲି ଲାଇଟ ହାଉସ ବେଳାଭୂମିରେ ଏହି ଶକ୍ତି କୁଣ୍ଡ ଲାଗିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ବଢ଼ିବା ପରେ ଖବର ପାଇ ପ୍ରଶାସନ ପଦେକ୍ଷପ ନେଇଥିଲା।

ଏହା ଗଙ୍ଗ ବଂଶ ସମୟ ଠାରୁ ଆହୁରି ପୁରୁଣା ହୋଇଥିବା ଅନୁମାନ କରାଯାଉଛି। ସୂଚନା ଥାଉକି, ନିକଟ ଅତୀତରେ ଯାଇଥିବା ବାତ୍ୟାରେ ଏକ ସ୍ୱର୍ଣ୍ଣ ରଥ ବିଶାଖାପାଟନମରେ ଲାଗିଥିଲା। ଯାହା ଉପରେ ବ୍ୟାପକ ସର୍ଭେ ହୋଇଥିଲା। ତେଣୁ ଏହା ଉପରେ ପ୍ରତ୍ନତତ୍ୱ ବିଭାଗର ପରୀକ୍ଷଣର ଆବଶ୍ୟକତା ରହିଥିବା ପ୍ରଶାସନ ନିକଟରେ ବିଭିନ୍ନ ବୁଦ୍ଧିଜୀବୀ ମତ ରଖିଛନ୍ତି।

Related Posts