ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନର ୪ଟି ରାଜ୍ୟସଭା ଆସନରେ ଜୁନ ୧୦ ତାରିଖ ଦିନ ଭୋଟ ହେବ। କଂଗ୍ରେସ ମୈଦାନରେ ୩ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ଜଣଙ୍କୁ ପ୍ରାର୍ଥୀ କରିଛି। ବିଜେପି ହରିୟାଣାରୁ ରାଜ୍ୟସଭା ସାଂସଦ ସୁଭାଷ ଚନ୍ଦ୍ରାଙ୍କୁ ମଧ୍ୟ ସମର୍ଥନ କରୁଛି। ସୁଭାଷ ଚନ୍ଦ୍ରା ନିର୍ଦ୍ଦଳୀୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହା ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ରାଜସ୍ଥାନ ରାଜ୍ୟସଭା ନିର୍ବାଚନରେ ବିଜେପି ରାଜନୀତିର ମାହୋଲ ବିଗାଡୁଛି। ରାଜ୍ୟର ଚତୁର୍ଥ ଆସନଟିରେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କରିବା ବାହାନାରେ ବିଜେପି ଘୋଡାବେପାର କରିବାକୁ ଉଦ୍ୟମ କରୁଥିବା ଗେହଲୋତ କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ୩ଟି ରାଜ୍ୟସଭା ଆସନରେ କଂଗ୍ରେସ ପ୍ରାର୍ଥୀମାନଙ୍କ ବିଜୟ ହେଉଛି। ତେବେ ଶେଷ ୪ ନମ୍ବର ସିଟକୁ ବିଜେପି କିଣାବିକାରେ ନିଜର କରିବାକୁ ଉଦ୍ୟମ କରୁଥିବା କହିଛନ୍ତି। ଏହା ସହ ଆମେ ୩ଟି ସିଟ୍ରୁ ଜିତୁଛୁ ତେବେ ଗୋଟିଏ ସିଟ୍କୁ ନେଇ ବିଜେପି ଖେଳ ଖେଳିବାର କାରଣ କଣ ତାହା ବୁଝାପଡୁ ନାହିଁ। ତେବେ ବିଜେପିର ଏପରି ଖେଳ କିଛି ନୂଆ କଥା ନୁହେଁ ୧୫ ବର୍ଷ ପୂର୍ବେ ମଧ୍ୟ ବିଜେପି ରାଜସ୍ଥାନରେ ଏପରି ଖେଳ ଖେଳିଥିଲା।
ତେବେ ସେତେବେଳେ ପ୍ରାର୍ଥୀ କହିଥିଲେ ତାଙ୍କ ନିକଟରେ ଅତିରିକ୍ତ ଭୋଟ ରହିଛି। କିନ୍ତୁ ସେ ଭୋଟ ଜୁଟାଇ ନ ପାରିବାରୁ ଶେଷ ମୂହୁର୍ତ୍ତରେ ଆମେ ତାଙ୍କର ସମର୍ଥନ ପ୍ରତ୍ୟାହାର କରି ନେଇଥିଲୁ। ସେ କହିଛନ୍ତି ଯେ ସେମାନଙ୍କୁ ଜଣା ଭୋଟ ନାହିଁ। ତଥାପି ସେମାନେ ଏଠାରେ କଣ କିଣାବିକା କରିବେ କି ବୋଲି ଗେହଲୋତ ପ୍ରଶ୍ନ କରିଛନ୍ତି। ଏପରି ହେଲେ ରାଜ୍ୟ ରାଜନୀତିରେ ମାହୋଲ ବିଗିଡିବ ବୋଲି ସେ ସତର୍କ କରିଛନ୍ତି। ଜଣେ ପ୍ରାର୍ଥୀଙ୍କୁ ରାଜ୍ୟସଭା ଆସନ ଜିତିବା ଲାଗି ୪୧ ଭୋଟର ଆବଶ୍ୟକତା ରହିଛି ବୋଲି ରଣଦୀପ ସୂରଜେୱାଲା କହିଛନ୍ତି। ବିଜେପି ନିକଟରେ ୭୧ ବିଧାୟକ ଅଛନ୍ତି ୪୧ ଭୋଟ ଦଳୀୟ ସମର୍ଥୀତ ପ୍ରାର୍ଥୀଙ୍କୁ ଗଲେ ବଳକା ୩୧ଟି ଭୋଟ ରହୁଛି। ଏଥିରେ ଆବଶ୍ୟକ ପଡୁଥିବା ଆଉ ୧୦ଟି ଭୋଟ ବିଜେପି କିପରି ବ୍ୟବସ୍ଥା କରିବ ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ନିକଟରେ ୧୨୬ଟି ଭୋଟ ରହିଛି ଓ ୩ ଜଣ ପ୍ରାର୍ଥୀଙ୍କ ଲାଗି ୧୨୩ ଭୋଟର ଆବଶ୍ୟକତା ଥିବା ବେଳେ ବଳକା ୩ଟି ଭୋଟ କୌଣସି ପ୍ରାର୍ଥୀଙ୍କୁ ଜିତାଇ ପାରିବନି ବୋଲି ସେ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





