ବଲାଙ୍ଗିରରୁ ବିପୁଳ ପରିମାଣର କଫ ସିରପ ଜବତ, ଜଣେ ଗିରଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଲାଙ୍ଗିରର ବରପାଲି ପଡା ଅଞ୍ଚଳରେ ଚଢ଼ାଉ କରି ପୁଲିସ ବିପୁଳ ମାତ୍ରାରେ କଫ ସିରପ ଜବତ କରିଛି । ଏଥିରେ ପ୍ରଶାନ୍ତ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ପ୍ରଶାନ୍ତଙ୍କ ଦୋକାନରେ କିଛି କପ ସିରଫ ମିଳିଥିବା ବେଳେ ଘର ପାଖରେ ଥିବା ଏକ ଭଡାଘରୁ ୪ ସହ ବୋତଲ କଫ ସିରପ ଜବତ ହୋଇଛି। ଏଥିସହ ସେହି ଭଡା ଘରୁ ଗୋଟିଏ ପେଟି ଷ୍ଟିଙ୍ଗ କୋଲଡ୍ରିଗସ ଓ ୯୦ ହଜାର ଟଙ୍କା ମଧ୍ୟ ଜବତ କରିଛି ପୋଲିସ।

ତେବେ ସେଠାରେ ଦୀର୍ଘ ମାସ ଧରି କଫ ସିରପ କାରବାର ଚାଲିଥିବା ବେଳେ ମଙ୍ଗଳବାର ହିଁ ୨୬ ପେଟି କଫ ସିରଫ ଆସିଥିଲା । ଆଉ ରାତି ଅଧିଆ ସେ ବାକି କଫସିରଫ କୁ ବିକ୍ରି କରିଦେଇଥିବା ପୋଲିସ ସୂଚନା ଦେଇଛି। ଏନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଚଢ଼ାଉ କରି ଧରପଗଡ଼ ଆରମ୍ଭ କରିଛି। କଫ ସିରପ ବିକ୍ରି କରୁଥିବା ପ୍ରଶାନ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ତାଙ୍କ ସହ ଥିବା ଜଣେ ନାବାଳକଙ୍କୁ ମଧ୍ୟ ପୋଲିସ ଜୁଭେଡ଼ାଇଲ କୋର୍ଟଚାଲାଣ କରିଥିବା ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

Related Posts