ଆଫଗାନିସ୍ତାନର ରାଜଧାନୀ କାବୁଲରେ ବଡ ଧରଣର ବୋମା ବିସ୍ଫୋରଣ: ୨୦ ମୃତ, ୪୦ ଆହତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଘଟିଛି ଏକ ବଡ ଧରଣର ବୋମା ବିସ୍ଫୋରଣ । ଫଳରେ ଏହି ବିସ୍ଫୋରଣରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ପାଖାପାଖି ୪୦ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଏହି ବିସ୍ଫୋରଣ କାବୁଲର ଏକ ମସଜିଦରେ ଘଟିଛି। କାବୁଲର ଏମରଜେନ୍ସି ହସ୍ପିଟାଲରେ ମୋଟ୍ ୨୭ ଜଣଙ୍କୁ ଭର୍ତ୍ତି କରାଯାଇଛି ଏବଂ ଏଥିରେ ପାଞ୍ଚ ଜଣ ଶିଶୁ ସାମିଲ୍।

ସୂଚନା ଅନୁଯାୟୀ, କାବୁଲ ସହରର ସାର ଏ କୋଟଲା ଖୈରଖାନାରେ ଏହି ବୋମା ବିସ୍ଫୋରଣ ଘଟିଛି। କାବୁଲର ସୁରକ୍ଷା ବିଭାଗ ଖାଲିଦ ଜରଦାନ ବିସ୍ଫୋରଣ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ପୂରା ଅଞ୍ଚଳକୁ ତାଲିବାନ ସିକ୍ୟୁରିଟି ଗାର୍ଡ ସିଲ୍ କରି ଦେଇଛନ୍ତି। ଆହତଙ୍କୁ କାବୁଲର ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ।

Related Posts