ଆଫଗାନିସ୍ତାନର ରାଜଧାନୀ କାବୁଲର ୱାଜିର ଆକବର ଖାନ୍‌ ମସଜିଦ ନିକଟରେ ବିସ୍ଫୋରଣ: ୧୪ ଜଣଙ୍କର ମୃତ୍ୟୁ

କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲର ୱାଜିର ଆକବର ଖାନ୍‌ ମସଜିଦ ନିକଟରେ ବିସ୍ଫୋରଣ ଘଟିଛି। ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିଷ୍ଫୋରଣ ପରେ ଘଟଣାସ୍ଥଳରେ ବିଶାକ୍ତ ଧୂଆଁ ବ୍ୟାପିଯାଇଥିଲା। ଅନ୍ୟପଟେ ସମ୍ପୃକ୍ତ ସହରରେ ଥିବା କୁଟିନୈତିକ ଭବନ ପାଖରେ ଗୁଳିକାଣ୍ଡ ମଧ୍ୟ ହୋଇଥିବା କୁହାଯାଇଛି। ଏହି ଘଟଣାକୁ ନେଇ ସେଠାକାର ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ମସଜିଦ୍‌ ପାଖରେ ଥିବା ମୁଖ୍ୟ ରାସ୍ତା ପାଖରେ ଏହି ବିସ୍ଫୋରଣ ହୋଇଛି। ଏହାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ତଦନ୍ତ ଚାଲିଛି। ଘଟଣା ସ୍ଥଳରେ ପୋଲିସ ବାହିନୀ ନିୟୋଜିତ ଅଛନ୍ତି ଏବଂ ଏହା ତଦନ୍ତ ପରିସରଭୁକ୍ତ ରହିଛି। ତଦନ୍ତ ପରେ କିଏ ଏପରି କରିଛି ଓ କାହିଁକି କରିଛି ଜଣା ପଡ଼ିବ ବୋଲି ଆଫଗାନ ସରକାରଙ୍କର ଅନ୍ତରୀଣ ମନ୍ତ୍ରୀ (ଇଣ୍ଟରିୟର ମିନିଷ୍ଟର) ତଥା ପ୍ରବକ୍ତା ନଫି ଟାକୋର କହିଛନ୍ତି।

ସୂଚନାଥାଉକି, ପୂର୍ବରୁ ମଧ୍ୟ ଏହି ମସଜିଦ୍‌କୁ ଆକ୍ରମଣ ପାଇଁ ଟାର୍ଗେଟ୍‌ କରାଯାଥିଲା। ୨୦୨୦ରେ ମଧ୍ୟ ଏହି ମସଜିଦ୍‌ରେ ଦୁର୍ବୃତ୍ତମାନେ ବୋମା ପକାଇ ବିସ୍ଫୋରଣ କରିଥିଲେ।

Related Posts