ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କ ସ୍ବର୍ଗ କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

କାବୁଲ : ଜାତିସଂଘରେ ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କ ସ୍ବର୍ଗ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ । ଯାହାକୁ ନେଇ ପାକିସ୍ତାନ ଉପରେ ଖପ୍ପା ହୋଇଯାଇଛି ତାଲିବାନ । ତୁରନ୍ତ ପାକିସ୍ତାନ କ୍ଷମା ମାଗୁ ବୋଲି ତାଲିବାନ ଦାବି କରିଛି ।

ତାଲିବାନର ଜଣେ ପ୍ରବକ୍ତା କହିଛନ୍ତି ଯେ, ଆମେ ପାକ ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନିନ୍ଦା କରୁଛୁ, ତାହା ଅନାବଶ୍ୟକ ଓ ନିନ୍ଦନୀୟ । ଏଥିପାଇଁ ପାକିସ୍ତାନ କ୍ଷମା ମାଗୁ ।

ଆମର ବନ୍ଧୁ ଶାହବାଜ ସରିଫ ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କ ସ୍ବର୍ଗ ଓ ବିଶ୍ବ ପାଇଁ ବିପଦ କହିଛନ୍ତି । ଏହା ବେଶ ଅପମାନଜନକ । ଗତ ଶୁକ୍ରବାରଦିନ ଜାତିସଂଘରେ ନିଜ ଅଭିଭାଷଣରେ ସରିଫ ପାକିସ୍ତାନକୁ ଆତଙ୍କବାଦ ପୀଡ଼ିତ ବୋଲି କହିଥିଲେ ଓ ପରୋକ୍ଷରେ ଆଫଗାନିସ୍ତାନକୁ ଦାୟୀ କରିଥିଲେ ।

ସବୁଠାରୁ ରୋଚକ କଥା ହେଉଛି ଆତଙ୍କବାଦ ପ୍ରସଙ୍ଗରେ ତାଲିବାନ ଓ ପାକିସ୍ତାନ ପରସ୍ପର ଉପରେ ଦୋଷାରୋପ କରୁଛନ୍ତି । ଉଭୟ ଉଭୟଙ୍କୁ ଆତଙ୍କବାଦୀଙ୍କ ସ୍ବର୍ଗ ବୋଲି କହୁଛନ୍ତି । ଗତ ସପ୍ତାହରେ ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ମାସୁଦ ଆଝାର ଆଫଗାନିସ୍ତାନରେ ଅଛି । ଏହାର ଜବାବରେ ତାଲିବାନ ସରକାରର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଥିଲେ ଯେ, ମାସୁଦ ଆଝାର ଆଫଗାନିସ୍ତାନରେ ନାହିଁ । ସେପରି ଆତଙ୍କବାଦୀ ସେଠାକାର ସରକାରଙ୍କ ସୁରକ୍ଷାରେ ରହିଥାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଫଗାନିସ୍ତାନ କୌଣସି ଆତଙ୍କବାଦୀଙ୍କୁ ନିଜ ଦେଶରେ ଶରଣ ଦେବ ନାହିଁ କିମ୍ବା ନିଜ ମାଟିକୁ ଅନ୍ୟ ଦେଶ ବିରୋଧରେ ବ୍ୟବହାର ହେବାକୁ ଦେବ ନାହିଁ ।

Related Posts