ସ୍ୱାମୀ ଆସିଥାନ୍ତେ ଆସିଲା ଶବ, ପଢ଼ନ୍ତୁ ଜଣେ ଶହୀଦ ମେଜରର ପ୍ରେମ କାହାଣୀ

ନୂଆଦିଲ୍ଲୀ- ସ୍ୱାମୀ-ସ୍ତ୍ରୀ ସଂପର୍କ ହିଁ କିଛି ଏମିତି । ଭରସା, ବିଶ୍ୱାସ ଓ ଭଲପାଇବାରେ ବନ୍ଧା ଥାଏ ଜୀବନ । କଥା ଦେଇ କଥା ରଖିବା ଏ ସଂପର୍କର ସବୁଠୁ ବଡ କାମ । ସବୁ ସ୍ତ୍ରୀ ଚାହାଁନ୍ତି ତାଙ୍କ ସ୍ୱାମୀ ପାଖରେ ରୁହନ୍ତୁ । ଯୁଆଡେ କାମରେ ଯାଆନ୍ତୁ ନା କାହିଁକି ତାଙ୍କ ପାଖକୁ ପୁଣି ଫେରି ଆସନ୍ତୁ । ସବୁ ସ୍ୱାମୀ ବି ସେଇଆ ଚାହାଁନ୍ତି । ସେମିତି ଜଣେ ସ୍ୱାମୀ ଭାରତୀୟ ସେନାର କାର୍ଯ୍ୟରତ ମେଜର ଶଶୀଧରନ୍ ନାୟର । ପତ୍ନୀଙ୍କୁ କଥା ଦେଇଥିଲେ ଏ ସପ୍ତାହରେ ନିଶ୍ଚୟ ଆସିବେ ତାଙ୍କ ପାଖକୁ । କଥା ରଖିକି ଘରକୁ ବି ଆସିଲେ । ହେଲେ ଖାଲିରେ ଆସିଲେନି । କଫିନ ଭିତରେ ଆସିଲେ ଦେହରେ ତ୍ରିରଙ୍ଗା ଘୋଡେଇ ହୋଇ ।

ଏମସିଏ ପଢ଼ିଥିବା ତୃପ୍ତିକୁ ବିବାହ କରିଥିଲେ ମେଜର ନାୟର । ସବୁ ପତି ପତ୍ନୀଙ୍କ ଭଳି ଏମାନେ ବି ଦେଖିଥିଲେ ସୁଖଦ ଜୀବନର ସ୍ୱପ୍ନ । ସଂସାର ବଢ଼ିବା ପାଇଁ ଅନେକ ଗୁଡାଏ ପ୍ଲାନ ବି କରିଥିଲେ ଦୁହେଁ । ଆରଟେରିଓସ୍ଲେରୋସିସ୍ ଭଳି ରୋଗ ଥିଲା ତୃପ୍ତିଙ୍କର । ଯାହା ହାର୍ଟ ଆଟାକ୍ ବା ଷ୍ଟ୍ରୋକ୍ ଭଳି ସମସ୍ୟା ଆଣି ଦେଇଥାଏ । ମେଜରଙ୍କୁ ସମସ୍ତେ ମନା କରୁଥିଲେ ଏମିତି ଝିଅକୁ ବିବାହ କରିବାକୁ । ହେଲେ ତୃପ୍ତିଙ୍କ ପ୍ରେମରେ ପାଗଳ ଥିବା ମେଜର ଶଶୀଧରନ ୨୦୧୨ରେ ହାତ ଧରିଥିଲେ ତୃପ୍ତିଙ୍କର । କିନ୍ତୁ କିଛି ଦିନ ପରେ ତାଙ୍କର ସୁଖର ସଂସାର ଉପରେ ମାଡି ଆସିଥିଲା ଦୁଃଖର ପାହାଡ । ଷ୍ଟ୍ରୋକରେ ତୃପ୍ତିଙ୍କ ଲୋୟର ବଡି ପାରାଲିସିସ୍ ହୋଇଗଲା ।

ଅବଶ୍ୟ ଏ ଘଟଣା କେବେ ଉଭୟଙ୍କ ଭଲ ପାଇବାରେ ବାଧକ ହୋଇନି । ବରଂ ଏହା ଅଧିକ ନିବିଡ କରିଛି ସେମାନଙ୍କୁ । ମେଜର ନାୟର ହୁଇଲ ଚେୟାରରେ ବିଭିନ୍ନ ପାର୍ଟିକୁ ନେଇ ଯାଉଥିଲେ ତୃପ୍ତିଙ୍କୁ । କୋଳରେ ଉଠାଇ ବୁଲାଇ ଆଣୁଥିଲେ । କିଏ କିଏ ଜାଣିଥିଲା ଏ ଭଲପାଇବା ବେଶୀ ଦିନ ପାଇଁ ନଥିଲା ବୋଲି । କିଛିଦିନ ପାଇଁ ଘରକୁ ଛୁଟିରେ ଆସିଥିବା ମେଜର ଗତ ଜାନୁଆରୀ ୨ରେ ପୁଣି ଫେରିଥିଲେ କାର୍ଯ୍ୟସ୍ଥଳକୁ । ଗଲାବେଳେ ସବୁଥର ଭଳି ପତ୍ନୀଙ୍କୁ କହି ଯାଇଥିଲେ ଖୁବଶୀଘ୍ର ଫେରି ଆସିବେ ଘରକୁ ।

ଘରକୁ ଫେରିବ ବୋଲି କହି ଯାଇଥିବା ଲୋକଟା ଏତେ ନିର୍ଦ୍ଦୟ ବୋଲି କଣ ତୃପ୍ତି ଜାଣିଥିଲେ । ଯଦି ଜାଣିଥାନ୍ତେ ତାହିଁକି ବା ଛାଡିଥାନ୍ତେ ଯିବାକୁ । ମେଜର ଫେରିଲେ ହେଲେ ଏକା ଆସିଲେନି । ପୁଳା ପୁଳା ସମ୍ମାନ, ତୋପସଲାମୀ ଆଉ ତ୍ରିରଙ୍ଗାକୁ ସାଙ୍ଗରେ ନେଇ କଫିନରେ ଶାନ୍ତିରେ ଶୋଇ ଶୋଇ ଆସିଥିଲେ ମେଜର ଶଶୀଧରନ ନାୟର । ଏବେ ତୃପ୍ତିଙ୍କର ଯାହା ଅବସ୍ଥା……..

Related Posts