ଐତିହାସିକ ବିଜୟ ପରେ ଚଣ୍ଡିଗଡ଼ରେ ହେବ ଆପ ବିଧାୟକଙ୍କ ବୈଠକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ଐତିହାସିକ ବିଜୟ ପରେ ଚଣ୍ଡିଗଡ଼ରେ ହେବ ନବନିର୍ବାଚିତ ଆପ ବିଧାୟକଙ୍କ ବୈଠକ ହେବାକୁ ଯାଉଛି । ଏହି ବୈଠଳରେ ସରକାର ଗଠନ ପାଇଁ ପରବର୍ତ୍ତୀ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି । ସେପଟେ କେଜ୍ରିୱାଲଙ୍କ ନେତୃତରେ ପଞ୍ଜାବରେ ଆମ ଆଦମି ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଛି ।

ବିଧାନସଭା ଆସନ ଫଳାଫଳରେ ଆପ ସମସ୍ତ ୧୧୭ଟି ସିଟରୁ ୯୨ଟି ସିଟ ହାତେଇଛି । ଏହା ସହ ଧୁରୀରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ଭଗୱନ୍ତ ମାନ ମଧ୍ୟ ୮୨,୫୯୨ ଭୋଟ ଏବଂ କଂଗ୍ରେସର ଡାଲଭର ସିଂ ଗୋଲଡି ୨୪,୩୮୬ ଭୋଟ ପାଇଥିବାର ସୂଚନା ମିଳିଛି । ଅନ୍ୟପଟେ ପ୍ରଥମଥର ପାଇଁ ଦିଲ୍ଲୀ ବାହାରେ ଆମ ଆଦମି ପାର୍ଟି ସରକାର ଗଠନ କରିଛି ।

Related Posts