୧୩୩ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଚୀନରେ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୩୩ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଚୀନରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଏନେଇ ରାଜ୍ୟ ବ୍ରଡକାଷ୍ଟର ସିସିଟିଭି ସୂଚନା ଦେଇଛି। ସେପଟେ ଆହତଙ୍କ ସଂଖ୍ୟା ଏବଂ ଦୁର୍ଘଟଣା ହେବାର ମୂଳ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସିସିଟିଭି ଅନୁଯାୟୀ – ଗୁଆଙ୍ଗସି ଅଞ୍ଚଳର ୱୁଜୋ ସହର ନିକଟ ଏକ ଗ୍ରାମାଞ୍ଚଳରେ ବୋଇଙ୍ଗ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ “ପର୍ବତ ମଝିରେ ନିଆଁ ଲାଗିଯାଇଛି।

ଘଟଣା ବିଷୟରେ ଖବର ପାଇବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପଠାଯାଇଛି। ଅନ୍ୟପଟେ ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଚାଇନାର ଇଷ୍ଟର୍ନ ଫ୍ଲାଇଟ୍ ଏମ୫୭୩୫ ବିମାନବନ୍ଦରରୁ ଅପରାହ୍ନ ୧ ଟା ପରେ କୁନମିଙ୍ଗ ସହରରୁ ବିମାନ ଉଡ଼ାଣ ପରେ ଗୁଆଙ୍ଗଜୋରେ ଧାର୍ଯ୍ୟ ଲକ୍ଷ୍ୟରେ ପହଞ୍ଚି ନଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହାର ଚର୍ଚ୍ଚା ଜୋର ଧରିଛି ।

Related Posts