ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା: ଆଉ ଜଣେ ଗିରଫ

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୋଲିସ ହାତରେ ଲାଗିଛି ଆଉ ଜଣେ ଅଭିଯୁକ୍ତ | ଯାହାକୁ ପୁଲିସି ଗିରଫ କରିଛି । କଟକରୁ ରଞ୍ଜନ ନାୟକ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ । ଏହାସହିତ ଏହି ମାମଲାରେ ଆଉ ଜଣେ ଯୁବକ ଓ ଦୁଇ ମହିଳା ଅଟକ ଥିବା ସୂଚନା ମିଳିଛି । ତାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି |

ସେପଟେ ମାନସ ହତ୍ୟା ଘଟଣାରେ ପୋଲିସ ଏବେ ଯାଏଁ ମୁଖ୍ୟ ଅଭିଯୁକ୍ତର ଟେର୍‌ ପାଇନି । ଏହି ଜଘନ୍ୟ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ମଧ୍ୟ କିଛି ପତ୍ତା ପାଉନି ପୋଲିସ । କେବଳ ଶର୍ମିଷ୍ଠା ନୁହେଁ, ତାଙ୍କ ସହିତ ଆଉ ଜଣେ ମହିଳା ମଧ୍ୟ ଘଟଣା ପରଠାରୁ ଫେରାର ଅଛନ୍ତି । ସେହିପରି ପୂର୍ବରୁ ହତ୍ୟାକାଣ୍ଡରେ ସାମିଲ ଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ

Related Posts