ସାମ୍ନାକୁ ଆସିଲା ହୋଟେଲରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ମଡେଲ ମାମଲା, ରାଜସ୍ତାନର ଜଣେ ମନ୍ତ୍ରୀଙ୍କୁ ଫସେଇବା ପାଇଁ କରାଯାଉଥିଲା ବ୍ଲାକମେଲିଂ

ଜୟପୁର(ସତ୍ୟପାଠ ବ୍ୟୁରୋ): ଯୋଧପୁରର ଏକ ହୋଟେଲରୁ ଜଣେ ମଡେଲ ଆତ୍ମହତ୍ୟା କରିବାକୁ ଯାଇ ହୋଟେଲରୁ ଡେଇଁପଡ଼ିଥିଲେ । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସେପଟେ ମହିଳା ଜଣଙ୍କ ଗୋଟିଏ କାର ଉପରେ ପଡ଼ିଥିଲେ । ଫଳରେ ମହିଳା ଜଣଙ୍କର ଜୀବନ ବଞ୍ଚି ଯାଇଥିଲା । ଏହା ମଧ୍ୟରେ ଏହି ଘଟଣାକୁ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି । ତେବେ ମହିଳା ଜଣଙ୍କୁ କିଛି ଲୋକମିଶି ବ୍ୟାକମେଲ କରୁଥିଲେ । ଏବଂ ଅଶୋକ ଗେହଲୋଟ ସରକାରର ଜଣେ ମନ୍ତ୍ରୀଙ୍କ ସହ ରାତ୍ରିଯାପନ କରିବା ପାଇଁ ବାଧ୍ୟ କରୁଥିଲେ । ମହିଳା ଜଣଙ୍କ ତାଙ୍କ କଥାକୁ ବାରମ୍ବାର ମନା କରିଆସୁଥିଲେ । କିନ୍ତୁ ମହିଳା ଜଣଙ୍କର ଗାଧୋଉଥିବାର ଭିଡିଓକୁ ସେମାନେ ନେଇ ତାଙ୍କୁ ବ୍ଲାକମେଲ କରୁଥିଲେ । ମହିଳା ଜଣଙ୍କ ମଡେଲ ଥିଲେ ଏବଂ ଆସାଇମେଣ୍ଟ ପାଇଁ ଉଦୟପୁରକୁ ଯାଇଥିଲେ । ସେପଟେ ବାରମ୍ବାର ମହିଳାଙ୍କୁ ନେତାଙ୍କ ଲୋକମାନେ ବାଧ୍ୟ କରୁଥିବାରୁ ସେ ଏନେଇ ତାଙ୍କ ଘରକୁ ମଧ୍ୟ କହିଥିଲେ ।

ଏବଂ ଘର ଲୋକଙ୍କ ସହ କଥା ହେବା ପରେ କିଛି ନବୁଝି ପାରି ହୋଟେଲ ଛାତରୁ ଡେଇଁପଡ଼ିଥିଲେ । ଅନ୍ୟପଟେ ବ୍ଲାକମେଲ ଅଭିଯୋଗରେ ରାଜସ୍ଥାନ ପୁଲିସ ଜଣେ ପୁରୁଷ ଓ ମହିଳାଙ୍କୁ ଗିରଫ କରିଛି । ସେମାନେ ତାଙ୍କୁ ଭିଲୱାରାର ଜଣେ ମନ୍ତ୍ରୀଙ୍କୁ ମହୁ ଜାଲରେ ପକାଇବାକୁ ବାଧ୍ୟ କରୁଥିଲେ। ଅଭିଯୁକ୍ତ ତାଙ୍କୁ ଭିଲୱାରାକୁ ନେଇ ମନ୍ତ୍ରୀଙ୍କ ସହ ଶୋଇବାକୁ ବାଧ୍ୟ କରିଥିଲା କିନ୍ତୁ ସେ ଭିଲୱାରାଠାରୁ ଦୌଡ଼ି ଯାଇ ଯୋଧପୁରକୁ ଫେରି ଆସିଥିଲେ। ଯୋଧପୁରରେ ପହଞ୍ଚିବା ପରେ ସେ ନିଜ ପରିବାରକୁ ସୂଚନା ଦେଇଥିଲେ। ତାଙ୍କ ଘରକୁ ଯିବା ପରିବର୍ତ୍ତେ ସେ ଏକ ହୋଟେଲକୁ ଯାଇ ଉପର ମହଲାରୁ ଡେଇଁପଡ଼ିଥିଲେ । ସୌଭାଗ୍ୟବଶତ ତାଙ୍କ ଦୁର୍ଘଟଣାରେ ତାଙ୍କ ଜୀବନ ବଞ୍ଚି ଯାଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବର୍ତ୍ତମାନ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts