ଜଟଣୀରୁ ୧୭୦ କେଜିର ଗଞ୍ଜେଇ ଜବତ କଲା ଏସଟିଏଫ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜଟଣୀରୁ ୧୭୦ କେଜିର ଗଞ୍ଜେଇ ଜବତ କଲା ଏସଟିଏଫ । ଞ୍ଜଇ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଜଣକ ଜଟଣୀରେ ଥିବା ନୂଆଗାଁ ରେଗେଡି ବସ୍ତିର ବାସିନ୍ଦା ମହେନ୍ଦ୍ର ବେହେରା ବୋଲି ଜଣାପଡ଼ିଛି। ବେଆଇନ ଭାବେ ଗଞ୍ଜେଇ ରଖିବା ସହ ଚାଲାଣ କରୁଥିବା ନେଇ ସୂଚନା ପାଇବା ପରେ ଏସଟିଏଫ ଟିମ୍ ଜଟଣୀର ପିଏନ ହାଇସ୍କୁଲ ନିକଟରେ ଚଢ଼ାଉ କରିଥିଲା।

ଚଢ଼ାଉ ପରେ ମହେନ୍ଦ୍ର ବେହେରାଙ୍କୁ ଗିରଫ କରିବା ସହ ୧୭୦ କେଜି ଗଞ୍ଜେଇ, ଗୋଟେ ସ୍ବପ୍ଟ ଡିଜାୟାର କାର ଓ କିଛି ଅପରାଧିକ ସାମଗ୍ରୀ ଜବତ କରିଛି ଏସଟିଏଫ। ଅଭିଯୁକ୍ତକୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯିବ । ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ହତ୍ୟା ମାମଲା ରହିଛି। ଏନେଇ ସେ ୪ବର୍ଷ ନ୍ୟାୟିକ ହେପାଜତରେ ରହିସାରିଛନ୍ତି ବୋଲି କହିଛି ଏସଟିଏଫ।

Related Posts