ଗଞ୍ଜାମ ଭୀଷ୍ମଗିରି କଲେଜ ଛକ ନିକଟରେ ଅଭାବନୀୟ ଘଟଣା: ଚୋରି କରିବାକୁ ଆସି ବୃଦ୍ଧାଙ୍କୁ କଲେ ହତ୍ୟା

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି କଲେଜ ଛକ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ଚୋରି କରିବାକୁ ଆସି ଲୁଟେରା ମାନେ ହତ୍ୟା କରିଚନ୍ତି । ପ୍ରଥମେ ବୃଦ୍ଧାଙ୍କ ଠୁ ଲୁଟ୍ କରି ପରେ ହତ୍ୟା କରିଛନ୍ତି ।

ସୂଚନାନୁସାରେ, ଶନିବାର ରାତିରେ ରାମେୟା ପାତ୍ର ନାମକ ଜଣେ ବୃଦ୍ଧ ଘର ବାରଣ୍ଡାରେ ଶୋଇଥିଲେ । ତାଙ୍କ ଘରେ ବାଦ୍ରୀ ଆଡ଼ି ପାତ୍ର ଘର ଭିତରେ ଶୋଇଥିଲେ। ଲୁଟେରାମାନେ ଘରର ପଛ କବାଟ ଦେଇ ତାଲା ଭାଙ୍ଗି ପଶିଥିଲେ । ଏହାସହ ବୃଦ୍ଧାଙ୍କୁ ଲୁଟ୍ କରିଥିଲେ । ଆହୁରି ମଧ୍ୟ ଲୁଟ୍ ପରେ ତାଙ୍କୁ ସେମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବୃଦ୍ଧାଙ୍କ ଦୁଇ କାନ ନାକ ଏବଂ ମୁଣ୍ଡରୁ ରକ୍ତ ବାହାରୁଥିବା ଦେଖିବାକୁ ମଧ୍ୟ ମିଳିଛି।

ତେବେ ବୃଦ୍ଧା ଜଣଙ୍କ ପିନ୍ଧି ଥିବା ଗହଣା ନବାହାରିବାରୁ ଲୁଟେରାମାନେ ଏଭଳି ଘଟଣା ଘଟାଇଥିବା ଅନୁମାନ କରାଯାଉଛି । ଦିଗପହଣ୍ଡି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ଘଟଣା ବାବଦରେ ସ୍ପଷ୍ଟ ତଥ୍ୟ ମିଳିବ ବୋଲି ସେ କହିଛନ୍ତି ।

Related Posts