ପପୁଆ ନ୍ୟୁ ଗିନିରେ ଭୂମିକମ୍ପ ଝଟକା ଅନୁଭୂତ: ରିକ୍ଟର ସ୍କେଲରେ ତୀବ୍ରତା ୭.୭

ନୂଆଦିଲ୍ଲୀ : ଭୂମିକମ୍ପ ଝଟକା ରେ ଥରିଲା ପପୁଆ ନ୍ୟୁ ଗିନି । ରବିବାର ସକାଳେ ଏଠାରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ବୋଲି ଜଣାପଡିଛି ।

ତେବେ ଭୂମିକମ୍ପର ଝଟକା ଏତେ ଅଧିକ ଥିଲା ଯେ, ଲୋକେ ଘରୁ ବାହାରି ଆସିଥିଲେ । ଝଟକା ଲାଗିବା ପରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ଏଥିରେ କଣ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ତଥ୍ୟ ଆସିପାରି ନାହିଁ ।

ଆମେରିକା ଜିଓଲୋଜିକାଲ ସର୍ଭେର ରିପୋର୍ଟ ଅନୁସାରେ, ସ୍ଥାନୀୟ ସମୟ ୯ଟା ୪୦ ଅନୁସାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୫୦-୬୦ କିମି ଥିଲା । ତେବେ ଭୂମିକମ୍ପ ପରେ ସୁନାମି ଆସିବା ସମ୍ଭାବନା ଦେଖାଦେଇଛି ।

ସୂଚନାଯୋଗ୍ୟ, ପପୁଆ ନ୍ୟୁଗିନି ନ୍ୟୁଗିନି ଦ୍ୱୀପର ପୂର୍ବ ପ୍ରାନ୍ତରେ ଅବସ୍ଥିତ । ଏହାର ପୂର୍ବରେ ଇଣ୍ଡୋନେସିଆ ଓ ଉତ୍ତରରେ ପୂର୍ବ ଅଷ୍ଟ୍ରେଲିଆ ରହିଛି । ଏହି ଅଞ୍ଚଳ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ରିଙ୍ଗ୍ ଅଫ୍ ଫାୟାର ନିକଟରେ ମଧ୍ୟ ଆସୁଛି ।

Related Posts