
ଭୁବନେଶ୍ୱର : ରାଜଧାନୀରେ ଅଭାବନୀୟ ଘଟଣା । ନାବାଳିକାଙ୍କୁ ଅକଥନୀୟ ଅତ୍ୟାଚାର ଦେଇଛି ମାଲିକ । ପାଠ ପଢେଇବା କହି ଘରକୁ ନେଇଥିଲେ । ହେଲେ ପାଠ ବଦଳରେ ଘର କାମ କରାଉଥିଲେ ରଙ୍ଗମାଟିଆର ମାଲିକ । ଅତ୍ୟାଚାର ଏଭଳି କରୁଥିଲେ ଯେ ହାତ-ଗୋଡ ଭାଙ୍ଗି ରାସ୍ତାରେ ଫିଙ୍ଗି ଦେଲେ ମାଲିକ।
ପରେ ଘର ଲୋକ ନାବାଳିକାଙ୍କୁ ଉଦ୍ଧାର କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ନାବାଳିକାର ବୟସ ୧୧ ବର୍ଷ ବୋଲି ଜଣାପଡ଼ିଛି । ନାବାଳିକାକୁ ଚାଇଲ୍ଡ ଲାଇନ ଉଦ୍ଧାର କରି ନିଜ ହେପାଜତକୁ ନେଇଛି । ଏବେ ଚିକିତ୍ସା ପାଇଁ ନାବାଳିକାକୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେପଟେ ଏଭଳି ଘଟଣାକୁ ନେଇ ଚାନ୍ଚଲ୍ୟ ଖେଳି ଯାଇଛି ।